www.samajalive.in
Wednesday, December 10, 2025
16.1 C
Bhubaneswar

ବିଜେବି ସାମ୍ବାଦିକତା ବିଭାଗରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ବିଭାଗରେ ନୂତନ ଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ସୁପ୍ରଭା ପଟ୍ଟନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁଲିସ୍‍ ଏ.ଡି.ଜି ତଥା ପୁର୍ବତନ ମହାନଗର ପୁଲିସ କମିଶନର ଡ.ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ବୈଠକରେ ଉଦବୋଧନ ଦେଇ ଡ.ସତ୍ୟଜିତ ମହାନ୍ତି କହିଥିଲେ ଯେ, ପ୍ରତିକୁଳ ପରିସ୍ଥିତିରେ କାର୍ଯ୍ୟ କରିବାକୁ ହେଲେ ସାମ୍ବାଦିକ ମାନଙ୍କୁ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବା ଉଚିତ। ଏହା ବ୍ୟତୀତ ସାମ୍ବାଦିକମାନଙ୍କୁ ବିଭିନ୍ନ ଚାପର ବଶବର୍ତ୍ତୀ ନହୋଇ ନୈତିକତା ସହ କାର୍ଯ୍ୟ କରିବା ଦରକାର। ଅନ୍ୟଥା ଏହା ଆମର ସାମ୍ବାଦିକତାର ଚତୁର୍ଥ ସ୍ତମ୍ଭର ସମ୍ମାନକୁ କ୍ଷୁର୍ଣ୍ଣ କରିବା ସମ୍ଭାବନା ରହିଛି। ଏହି ବୈଠକରେ ଉଦବୋଧନ ଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ସୁପ୍ରଭା ପଟ୍ଟନାୟକ କହିଥିଲେ ଯେ, ବିଗତ ବର୍ଷମାନଙ୍କରେ ସାମ୍ବାଦିକତା ବିଭାଗ ପକ୍ଷରୁ ଅନେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଫଳରେ ୨୦୧୮ରେ ବିଭାଗ ଶ୍ରେଷ୍ଠ ସାମ୍ବାଦିକ ପ୍ରତିଷ୍ଠାନ ଭାବେ ପୁରସ୍କୃତ ହୋଇପାରିଛି। ଆଗକୁ ଏହି ଧାରା ଜାରି ରହିବ ବୋଲି ସେ କହିଥିଲେ। ମହାବିଦ୍ୟାଳୟର ଉପାଧ୍ୟକ୍ଷ ଡ. ଇନ୍ଦୁ ଭୁଷଣ ମହାନ୍ତି ବୈଠକରେ ଉଦ୍‍ବୋଧନ ଦେଇ କହିଥିଲେ ଯେ, ବିଜେବି କଲେଜର ସମ୍ମାନ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭର କରୁଥିବାରୁ ଏହାର ସମ୍ମାନ ରକ୍ଷାଦିଗରେ ସେମାନେ ତତ୍ପର ହେବା ଉଚିତ୍‍। ଆଲୋଚନାରେ ଅଂଶ ଗ୍ରହଣ କରି କଲେଜର ଏକାଡେମିକ୍‍ ବରସାର ଡ.ହୃଶିକେଷ ମହାନ୍ତି କହିଥିଲେ ଯେ, ସାମ୍ବାଦିକ ଛାତ୍ରଛାତ୍ରୀମାନେ ନିଜର ଗୁରୁଦାୟିତ୍ୱ ପ୍ରତି ଧ୍ୟାନ ଦେବା ଉଚିତ। ହେରିଟେଜ୍‍ ଭିଜନ ଶିକ୍ଷା ଟ୍ରଷ୍ଟ ନିର୍ଦ୍ଦେଶକ ମହେଶ ପଟନାୟକ ବିଭିନ୍ନ ଗଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ଆହରଣର କୌଶଳ ପ୍ରଦାନ କରିଥିଲେ। ବିଭାଗର ସଂଯୋଜକ ଡ. ବ୍ରଜ କିଶୋର ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ବିଭାଗର ପୂର୍ବତନ ସଂଯୋଜକ ଡ. ଚିତ ରଂଜନ ମିଶ୍ର ସାମ୍ବାଦିକ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କାଯ୍ୟଶୈଳୀ ଅବଗତ କରାଇଥିଲେ। ବିଭାଗୀୟ ମୁଖ୍ୟ ଡ. ନଳୀନ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଜ୍ଞାନ ରଂଜନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ଥିବା ପୂରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories