www.samajalive.in
Tuesday, December 9, 2025
15.1 C
Bhubaneswar

ଆଖଣ୍ଡଳମଣିପୀଠକୁ ରାଜ୍ୟ ପତ୍ନତତ୍ତ୍ବ ବିଭାଗର ଅଣଦେଖା

ଆରଡ଼ି: ଭଦ୍ରକ ଜିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ରାଜ୍ୟର ଏକ ପୁରାତନ ଶୈବପୀଠ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ରାଜ୍ୟ ପତ୍ନତତ୍ତ୍ବ ବିଭାଗର ଅଣଦେଖା ଯୋଗୁ ମନ୍ଦିରର ଅନେକ ସ୍ଥାନ ଅସୁରିକ୍ଷିତ ହୋଇ ପଡିବା ସହିତ ବିଗତ ୨ବର୍ଷ ହେବ ସ୍ୱୟଂ ମଣିବାବା ଭଙ୍ଗା ରତ୍ନପଲଙ୍କରେ ଶୟନ କରୁଛନ୍ତି। ସେହିପରି ୬ମାସରୁ ଉଦ୍ର୍ଦ୍ବ ହେବ ଗମ୍ଭୀରା ଘରେ କନିକା ରାଜାସାହେବଙ୍କ ଦ୍ୱାରା ଲାଗିଥିବା ଜାଉଁଳି ରତ୍ନ କବାଟ ମଧ୍ୟ ଦୃବଳ ହୋଇ ପଡିଥିବା ବେଳେ କବାଟ ଉପରଭାଗରେ ଛାଉଣୀ ହୋଇଥିବା ପିତଳ ଚାଦର ଓହଳି ରହିଛି। ତାହାସହ ମଣିବାବାଙ୍କ ସେବାପୂଜା ଓ ନୀତିଭୋଗର ଯାତାୟତ ରାସ୍ତା ଗଳିଘର ଗୁୁମୁଟରେ ବର୍ଷା ପାଣି ଗଳୁଥିବାରୁ ଅନେକ ସମୟରେ ଭୋଗ ନଷ୍ଟ ହେଉଥିବା ସେବାୟତମାନେ ପ୍ରକାଶ କରିଛନ୍ତି। ମୁକ୍ତିମଣ୍ଡପ ଛାତ ଅସୁରିକ୍ଷିତ ହୋଇ ପଡିବା ସହ ବର୍ଷା ଋତୁରେ କୈାଣସି ସେବାପୂଜା ହୋଇ ପାରୁନଥିବା ସେବାକରୀମାନେ ପ୍ରକାଶ କରିଛନ୍ତି। ସେପଟେ ଗମ୍ଭୀରାଘରେ ମଣିବାବାଙ୍କ ଆସ୍ଥାନ ନିକଟରେ ପଥରଖଣ୍ଡ ଦବୁଥିବାରୁ ବିଗ୍ରହ ଚତୁଃପାର୍ଶ୍ବ ଦୃବଳ ହେବାରେ ଲାଗିଛି। ଏପରି ସମସ୍ୟା ବାବଦରେ ମନ୍ଦିର ସେବାୟତ ଓ ପ୍ରଶାସନ ପକ୍ଷରୁ ରାଜ୍ୟ ପତ୍ନତତ୍ତ୍ବ ବିଭାଗକୁ ଜଣାଯାଉଥିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ମନ୍ଦିରର ବରିଷ୍ଠ ସେବାୟତ ପ୍ରକାଶ କରିଛନ୍ତି। ରାଜ୍ୟର ପର୍ଯ୍ୟଟନସ୍ଥଳ ଗୁଡିକୁ ଅକ୍ଷୁଣ୍ୟ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିଲେ ମଧ୍ୟ ତାହା ଆଖଣ୍ଡଳମଣିଙ୍କ ମନ୍ଦିର ପାଇଁ ସ୍ୱପ୍ନ ପାଲଟିଛି। ଫଳରେ ଐତିହ୍ୟ ପର୍ଯ୍ୟଟନକ୍ଷେତ୍ର ଆଖଣ୍ଡଳମଣି ପୀଠ ଦିନକୁଦିନ ଅସୁରିକ୍ଷିତ ହୋଇ ପଡିବା ସହ ମନ୍ଦିରର ବହୁ ଧନସମ୍ପତ୍ତି ନଷ୍ଟ ହୋଇଯିବ ବୋଲି ବୁଦ୍ଧିଜୀବି ମହଲରେ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ସହ ଭଗ୍ନ ହେବାକୁ ବସିଥିବା ମଣିବାବଙ୍କ ସମ୍ପତ୍ତିର ଉଦ୍ଧାର ପାଇଁ ଭକ୍ତ ଓ ସେବାୟତଙ୍କ ମହଲରେ ଦାବି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories