www.samajalive.in
Monday, December 15, 2025
16.1 C
Bhubaneswar

ଜିଲାପାଳଙ୍କ ଓଟିଏମ୍ ଭିତ୍ତିଭୂମି ପରିଦର୍ଶନ

ଚୌଦ୍ୱାର :  ଓଟିଏମ୍ ଭିତ୍ତିଭୂମି ଉପରେ ବିକଳ୍ପ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ବନ୍ଦ ଓଟିଏମ ଜମିର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ କଟକ ଜିଲାପାଳ ଭବାନୀ ଶଂକର ଚୟନୀ ଶନିବାର ଦିନ ଚୌଦ୍ୱାର ଆସି ଓଟିଏମର ଜମି ସମ୍ପର୍କିତ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଓଟିଏମ କରାଖାନା ପରିସର, ୮, ୧୧ ଓ ୧୨ ନମ୍ବର ୱାର୍ଡ଼ରେ ଥିବା ଓଟିଏମ୍ କଲୋନୀ ଓ ଏଥି ସଂଲଗ୍ନ ବସ୍ତି ଅଞ୍ଚଳ ଗସ୍ତ କରି ଜମିର ସ୍ଥିତି ଅନୁଧ୍ୟାନ କରିଥିଲେ । ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ, ଇଡ଼କୋ ଲ୍ୟାଣ୍ଡ ଅଫିସର ସସ୍ମିତା ସାହୁ, ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ଶ୍ରମିକ ନେତା ଦୀପକ କୁମାର ବାରିକ ପ୍ରମୁଖ ଓଟିଏମର ଜମି ସମ୍ପର୍କିତ ବିଭିନ୍ନ ତଥ୍ୟ ଜିଲାପାଳଙ୍କୁ ଅବଗତ କରାଇଥିଲେ।

ସୂଚନାଯୋଗ୍ୟଯେ ଓଟିଏମ୍ ଜମିରେ ବିକଳ୍ପ ଶିଳ୍ପ ପ୍ରତିଷ୍ଠା ନେଇ ଆସନ୍ତା ୭ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବୈଠକ ହେବାକୁ ଥିବାରୁ ଜମି ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ ପାଇଁ ଏହି ଗସ୍ତ ଥିଲା ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଜିଲାପାଳଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ଅଧିବାସୀ ମାନେ ତାଙ୍କୁ ଭେଟି ଓଟିଏମ୍ କଲେନୀରେ କୌଣସି ଉନ୍ନୟନ କାର୍ଯ୍ୟ ହେଉ ନଥିବା ଅଭିଯୋଗ କରିଥିଲେ। ଓଟିଏମ୍ ଏବେ ଅଦାଲତ ହାତରୁ ସରକାରଙ୍କ ହାତକୁ ଆସିଥିବାରୁ ଏଅଞ୍ଚଳରେ ଉନ୍ନୟନ କାର୍ଯ୍ୟ କରାଯିବାରେ କୌଣସି ବାଧା ନଥିବା ପ୍ରକାଶ କରି ଏସମ୍ପର୍କରେ ରିପୋର୍ଟ ପ୍ରଦାନ କରିବା ପାଇଁ ଇଡ଼କୋ ଅଧିକାରୀ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଦିନରେ କଲୋନୀବାସୀଙ୍କ ସ୍ଥାୟିତ୍ୱକୁ ନେଇ ଲୋକେ ପ୍ରଶ୍ନ କରିବାରୁ ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ଥଇଥାନ କରିବାର ବ୍ୟବସ୍ଥା ଥିବା ସୂଚନାଦେଇ ଏସମ୍ପର୍କରେ ଆସନ୍ତା ୭ ତାରିଖଦିନ ଅନୁଷ୍ଠିତ ହେବାକୁଥିବା ବୈଠକରେ ଆଲୋଚନା କରିବେ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories