www.samajalive.in
Monday, December 15, 2025
15.1 C
Bhubaneswar

ଅସରାଏ ବର୍ଷାରେ ରାଜରାସ୍ତାରେ କୃତ୍ରିମ ବନ୍ୟା

ଚୌଦ୍ୱାର : ଗତ କିଛିଦିନ ଧରି ଅସମ୍ଭାଳ ଗୁଳୁଗୁଳି ପରେ ଶନିବାର ଅପରାହ୍ଣରେ ଘଡ଼ଘଡ଼ି ସହିତ ବର୍ଷା ହେବା ଫଳରେ ୫୫ନଂ ଜାତୀୟ ରାଜପଥରେ ଥିବା ଖାଲଖମାରେ ପାଣି ଭର୍ତ୍ତି ହୋଇ କୃତ୍ରିମ ବନ୍ୟା ସୃଷ୍ଠି ହୋଇଛି । ଫଳରେ ରାଜପଥ ଉପରେ ଯାନବାହାନ ଚଳାଚଳ ବ୍ୟାଘାତ ହେବା ସହିତ ୨ଚକିଆ ଓ ଚାରିଚକିଆ ଯାନ ସବୁ ରାସ୍ତା ଜାଣିନପାରି ପାଣିଭର୍ତ୍ତି ଖାଲଖମାରେ ପଡି ଆହତ ହେଉଛନ୍ତିି । ଗୋଟିଏ ପଟେ ରାଜରାସ୍ତା କାମ ଜାରୀ ରହିଥିବାରୁ ଠିକାଦାର ବିଭିନ୍ନ ସ୍ଥାନକୁ ଅବରୋଧ କରି ରଖିବା ସହିତ ରାସ୍ତାକୁ ଖୋଳି ତାଡ଼ି ପକାଇ ଦେଇଛି। ରାସ୍ତାର ଦୁଇ ପାଖରେ ଡ୍ରେନ୍ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ତାହା ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି । ଫଳରେ ବର୍ଷାଜଳ ଠିକ ଭାବେ ନିଷ୍କାସନ ହୋଇନପାରି ରାସ୍ତାରେ ଭାସିବା ସହିତ ରାସ୍ତା କଡରେ ଥିବା ପୌରପାଳିକା ୧୭ନଂ ୱାର୍ଡ ନୁଆସାହି ସୁଇପର କଲୋନୀ ବସ୍ତିରେ ପ୍ରବେଶ କରିବା ଫଳରେ ବସ୍ତିର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନ୍ୟପଟେ ସ୍ଥାନୀୟ ଏକ କମ୍ପାନୀର ବର୍ଜ୍ୟପାଣିକୁ ଠିକ ବର୍ଷା ସମୟରେ କମ୍ପାନୀ ବାହରକୁ ଛାଡ଼ି ଦେଉଥିବା ହେତୁ ତାହା ବର୍ଷାପାଣି ସହିତ ମିଶି ବସ୍ତିରେ ପ୍ରବେଶ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବସ୍ତି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି । ଅସରାଏ ବର୍ଷା ହେଲେ ପ୍ରତିଥର ବସ୍ତିରେ ପାଣି ପଶୁଥିବା ବସ୍ତିବାସିନ୍ଦା କହୁଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଅଣଦେଖା ଓ ଅସ୍ବୀକାର କରୁଥିବା ବସ୍ତିବାସସିନ୍ଦା ମାନେ କ୍ଷୋଭର ସହ ପ୍ରକାଶ କରି ଆଗାମୀ ଦିନରେ ଏହାର ପ୍ରତିକାର ନକଲେ ବସ୍ତିବାସିନ୍ଦା ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories