ବାହାନଗା ରେଳ ଦୁର୍ଘଟଣା: ଗିରଫ ୩ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଟ୍ରଜେଡି ମାମଲାରେ ଚାର୍ଜସିଟ ଦାଖଲ କଲା ତଦନ୍ତକାରୀ ସିବିଆଇ। ଗିରଫ ୩ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ଏହି ତିନି ଜଣଙ୍କ ଉପରେ ଦାୟିତ୍ୱହୀନତା ଏବଂ ପ୍ରମାଣ ନଷ୍ଟ ନେଇ ଆରୋପ ରହିଛି । ଏମାନଙ୍କୁ ଜୁଲାଇ ମାସରେ ସିବିଆଇ ପକ୍ଷରୁ ଗିରଫ କରାଯାଇଥିଲା । ଗିରଫ ୩ ରେଳ ଅଧିକାରୀଙ୍କ ନାମରେ ଚାର୍ଜସିଟ ଦାଖଲ ହୋଇଛି। ବାହାନଗା ରେଳ ଅଧିକାରୀ ସିନିୟର ସେକ୍ସନ ଇଞ୍ଜିନିୟର(ସିଗ୍ନାଲ) ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର(ସିଗ୍ନାଲ) ମହମ୍ମଦ ଅମିର ଖାନ ଓ ଟେକ୍ନିସିଆନ ପପୁ କୁମାରଙ୍କ ନାମରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଛି। ଆଇପିସି ଦଫା ୩୦୪(୨), ୩୪ରେ ଚାର୍ଜସିଟ ଦାଖଲ। ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ। ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୯୩ଜଣଙ୍କ ମୃତ୍ୟୁ ଘଟିଥିଲା।

Comments are closed.