ଥଣ୍ଡାରୁ ବର୍ତ୍ତିବାର ଉପାୟ

ଋତୁ ପରିବର୍ତ୍ତନ ହେବା ସମୟରେ ଥଣ୍ଡା, ଛିଙ୍କ ଓ ସର୍ଦି ହେବା ଏକ ସାଧାରଣ କଥା। ଏପରି ସମୟରେ ଆମେ ଖାଦ୍ୟପାନୀୟ ପ୍ରତି ଯତ୍ନବାନ୍ ହେବା ସହ ନିଜର ଯତ୍ନ ନେବା ଉଚିତ।

ପ୍ରଚୁର ପରିମାଣରେ ପୋଟାସିୟମ୍ ଭରପୂର କଦଳୀ ଖାଇଲେ ଥଣ୍ଡା ହୋଇଥାଏ ବୋଲି ଅଧିକାଂଶଙ୍କ ଧାରଣା। ବିଶେଷଜ୍ଞଙ୍କ ମତ ଯେ କଦଳୀ ଖାଇଲେ ବରଂ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ଗୋଟିଏ କଦଳୀ ଖାଇଲେ ୧୦୦ କ୍ୟାଲୋରୀ ଶକ୍ତି ମିଳିଥିବାବେଳେ ଥଣ୍ଡାରୁ ମଧ୍ୟ ରକ୍ଷା କରେ।

prayash

ଶୀତଦିନେ ରାତିବେଳା କିମ୍ବା ସନ୍ଧ୍ୟା ସମୟରେ ଦହି ଓ ଏଥିରୁ ପ୍ରସ୍ତୁତ ଅନ୍ୟାନ୍ୟ ବ୍ୟଞ୍ଜନ ନ ଖାଇବା ଉଚିତ। ଏହା କାରଣରୁ କଫ ହେବାର ଭୟ ରହିଥାଏ। ଦିନବେଳା ଦହି ଖାଇବା ଉଚିତ। ଏହାର ପରିମାଣ କମ୍ କରିବା ଏହି ଋତୁରେ ସ୍ବାସ୍ଥ୍ୟ ପାଇଁ ଭଲ।

ଥଣ୍ଡାରୁ ରକ୍ଷା ପାଇବାକୁ ହେଲେ ଭିଟାମିନ୍ ସି’ଯୁକ୍ତ ଫଳ ଓ ପନିପରିବାକୁ ନିଜ ଭୋଜନ ତାଲିକାରେ ସାମିଲ କରାଇବା ଆବଶ୍ୟକ।
ଏହା ସହ ଧ୍ୟାନରେ ରଖିବା ଉଚିତ ଯେ ଥଣ୍ଡା ହୋଇଥିଲେ ଖିର ପିଇବା ଅନୁଚିତ। ଏହା କାରଣରୁ କଫ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

ମଇଦା ପ୍ରସ୍ତୁତ ଖାଦ୍ୟ ଓ ଅନ୍ୟାନ୍ୟ ଛଣାଛଣି ଖାଦ୍ୟ ମଧ୍ୟ ଥଣ୍ଡା ହୋଇଥିଲେ ନ ଖାଇବା ଉଚିତ।

kalyan agarbati

Comments are closed.