www.samajalive.in
Friday, December 5, 2025
20.1 C
Bhubaneswar

ଆରମ୍ଭ ହେବ ‘କଫି ୱିଥ୍‍ କରଣ’ ର ୬ଷ୍ଠ ସିଜିନ୍‍ : ପ୍ରଥମ ଅତିଥି ଯୋଡ଼ି ଜାହ୍ନବୀ ଓ ଇଶାନ

ନୂଆଦିଲ୍ଲୀ : ଖୁବ୍‍ ଶୀଘ୍ର ପ୍ରସାରିତ ହେବାକୁ ଯାଉଛି ‘କଫି ୱିଥ୍‍ କରଣ’ ଶୋ’ର ୬ଷ୍ଠ ସିଜିନ୍‍। ବଲିଉଡ଼୍‍ ଅଭିନେତା ଇଶାନ ଖଟ୍ଟର ଓ ଅଭିନେତ୍ରୀ ଜାହ୍ନବୀ କାପୁର ଏହି ଶୋ’ର ପ୍ରଥମ ଅତିଥି ରୂପେ ନଜର ଆସିବେ। ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ ଓ ବୋନୀ କାପୁରଙ୍କ ଝିଅ ଜାହ୍ନବୀ କାପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଧଡ଼କ୍‍’ ବକ୍ସ ଅଫିସ୍‍ରେ ହଇଚଇ ସୃଷ୍ଟି କରିଛି। ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ କରି ସାରିଥିବା ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ନିଜ ସ୍ଥିତି ସୃଦୁଢ କରି ରଖିଛି।
କରଣଙ୍କର ଏହି ଚାଟ୍‍ ଶୋ’ ବ୍ୟକ୍ତିଗତ ଓ କୌତୁହଳ ପୂର୍ଣ୍ଣ ପ୍ରଶ୍ନ ପାଇଁ ବହୁ ଲୋକପ୍ରିୟ। ଜାହ୍ନବୀଙ୍କ ଚଳଚ୍ଚିତ୍ର ‘ଧଡ଼କ୍‍’ ର ପ୍ରଯୋଜନା ଭାର କରଣ ଜୋହର ହିଁ ବହନ କରିଥିଲେ ଓ ନିର୍ଦ୍ଦେଶନା ଶଶାଙ୍କ ଖୈତାନ ଦେଇଥିଲେ। ନିକଟରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏହି ଚଳଚ୍ଚିତ୍ର ବିଷୟରେ କହିଛନ୍ତି, “ଧଡ଼କ୍‍ ସମ୍ପୂର୍ଣ୍ଣ ଦୁନିଆ ଲୋକଙ୍କର ମନ ଜିତି ପାରିଛି। ଏହା ୧୦୦ କୋଟିରୁ ଅଧିକ ଆୟ କରିସାରିଛି। ଚଳଚ୍ଚିତ୍ର ଦୁନିଆରେ ସଦ୍ୟ ପାଦ ଥାପିଥିବା କଳାକାରଙ୍କର ଏଭଳି ସଫଳତା କିଛି ସାଧାରଣ କଥା ନୁହେଁ। ତୁମ ଦୁହିଁଙ୍କୁ ନେଇ ଗର୍ବ ଅନୁଭବ କରୁଛି ଜାହ୍ନବୀ-ଇଶାନ।” ଦେଖିବାକୁ ବାକି ରହିଛି ଏହି ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ଆୟ କେତେ ରହୁଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories