www.samajalive.in
Saturday, December 6, 2025
15.1 C
Bhubaneswar

ମହରଗ ଚିନ୍ତା

କ୍ରମବର୍ଦ୍ଧିଷ୍ଣୁ ମହରଗ ଆଶଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କକୁ କ୍ରମାଗତ ଦ୍ବିତୀୟ ମୁଦ୍ରାନୀତିରେ ମଧ୍ୟ ରେପୋ ହାର ୦.୨୫ ଶତାଂଶ ବଢ଼ାଇବାକୁ ବାଧ୍ୟ କରିଛି। ଏଥିରୁ କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଦେଇଛି ଯେ ମହରଗର ସମ୍ମୁଖୀନ ହେବା ତା’ ପାଇଁ ବେଶି ଗୁରୁତ୍ବପୂର୍ଣ୍ଣ। ଗତ ଜୁନରେ ଏହା ୬ ଶତାଂଶରୁ ବଢ଼ାଯାଇ ୬.୨୫ ଶତାଂଶ କରାଯାଇଥିଲା ଓ ବର୍ତ୍ତମାନର ବୃଦ୍ଧି ଫଳରେ ଏହା ୬.୫ ପ୍ରତିଶତରେ ପହଞ୍ଚିଛି। ସେହିପରି ରିଭର୍ସ ରେପୋ ହାର ୬.୨୫ ଶତାଂଶ ହୋଇଛି। ୨୦୧୩ ଅକ୍ଟୋବର ପରେ ପ୍ରଥମ ଥର ପାଇଁ ଦେଶର ଏହି ମୁଖ୍ୟ ସୁଧହାରରେ କ୍ରମାଗତ ବୃଦ୍ଧି କରାଯାଇଛି। ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ ୪ ଶତାଂଶରୁ ଉପରକୁ ଯିବାକୁ ନଦେବାର ଲକ୍ଷ୍ୟ ରଖିଛି; କିନ୍ତୁ ଏହି ଲକ୍ଷ୍ୟସାଧନ କରିବା ସେତେଟା ସହଜ ନୁହେଁ। ମହରଗ କ୍ରମାଗତ ବଢ଼ିଚାଲିଛି ଓ ଜୁନରେ ହିଁ ଏହା ୫ ଶତାଂଶରୁ ଅଧିକ ହୋଇଥିଲା। ଚଳିତବର୍ଷ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରାୟ ୨୦ ଶତାଂଶ ପର୍ଯ୍ୟନ୍ତ ବଢ଼ିସାରିଲାଣି। ଫଳରେ ସରକାରଙ୍କୁ ଆମଦାନୀ ପାଇଁ ଅଧିକ ଖର୍ଚ କରିବାକୁ ପଡ଼ୁଛି। ସେପଟେ ଡଲାର ତୁଳନାରେ ଟଙ୍କା ମଧ୍ୟ ଦୁର୍ବଳ ହୋଇଛି। ଜୁଲାଇ ୨୦ରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୯.୧୩ର ରେକର୍ଡ ତଳସ୍ତରକୁ ଛୁଇଁଥିଲା। ରିଜର୍ଭ ବ୍ୟାଙ୍କର ଚିନ୍ତା ବଢ଼ାଇବାର ଏହି ଦୁଇଟି ବଡ଼ କାରଣ ହେଇଥିବ ନିଶ୍ଚୟ। ଅନ୍ୟପକ୍ଷରେ ଏବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମତୁଲ ବୃଷ୍ଟିପାତ ହୋଇନାହିଁ। କେଉଁଠି ବହୁବୃଷ୍ଟି ତ ଆଉ କେଉଁଠି ଅନାବୃଷ୍ଟି। ସମଗ୍ର ଦେଶର ବର୍ଷା ପରିମାଣକୁ ଦେଖିଲେ ବର୍ତ୍ତମାନ ସୁଦ୍ଧା ୬ ଶତାଂଶ କମ୍ ହୋଇଛି। ଚଳିତ ଅଗଷ୍ଟ ମାସରେ ଆବଶ୍ୟକତାଠୁ କମ୍ ବର୍ଷା ହେବାର ଅନୁମାନ କରାଯାଇଛି। ଏସବୁ ଦୃଷ୍ଟିରୁ ମହରଗ ହ୍ରାସ ପାଇବାର ସମ୍ଭାବନା କ୍ଷୀଣ।
କହିବା ବାହୁଲ୍ୟ ଯେ କେନ୍ଦ୍ରୀୟ ବ୍ୟାଙ୍କର ଏହି କଡ଼ା ପଦକ୍ଷେପ ବ୍ୟାବସାୟିକ ବ୍ୟାଙ୍କଗୁଡ଼ିକୁ ସମସ୍ୟାରେ ପକାଇପାରେ। ଦୁଇ ମାସ ପୂର୍ବେ ସେମାନେ ମଧ୍ୟ ସୁଧହାର ବଢ଼ାଇଥିଲେ ଓ ଏବେ ପୁଣିଥରେ ତାକୁ ବଢ଼ାଇବାକୁ ପଡ଼ିପାରେ। ଏହାର ସିଧାସଳଖ ପ୍ରଭାବ ଋଣ ଉପରେ ପଡ଼ିବ। ଯେଉଁ ଲୋକେ ବ୍ୟାଙ୍କରୁ ଘର, ଗାଡ଼ି ବା ଅନ୍ୟ ପାଇଁ ଋଣ ନେଇଛନ୍ତି, ସେମାନଙ୍କୁ ଅଧିକ ସୁଧ ଦେବାକୁ ହେବ। ଲୋକେ ତେଣୁ ଋଣ ନେବାକୁ କୁଣ୍ଠିତ ହେବେ। ବ୍ୟବସାୟ ଓ ଉଦ୍ୟୋଗ ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେବ। ଯଦି ଏଭଳି ସ୍ଥିତି ଦୀର୍ଘ ଦିନ ଧରି ଲାଗିରହେ, ତେବେ ବଡ଼ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ। ରୋଜଗାର ସୃଷ୍ଟି ଉପରେ କୁପ୍ରଭାବ ପଡ଼ିବ। ମୋଟାମୋଟି ଭାବେ ଅର୍ଥବ୍ୟବସ୍ଥା ପ୍ରଭାବିତ ହେବ। ତେବେ ରିଜର୍ଭ ବ୍ୟାଙ୍କ ପାଖରେ ଆଉ କିଛି ଉପାୟ ବି ନଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories