www.samajalive.in
Saturday, December 6, 2025
26.1 C
Bhubaneswar

‘କିକି’ ପାଗଳାମି

ସାମାଜିକ ଗଣମାଧ୍ୟମ ଆମ ଯୁବପିଢ଼ିର ଯେତିକି ଉପକାର କରୁଛି, ତା’ଠୁ ବେଶି ଅପକାର କରୁଥିବା ମନେହେଲାଣି; କାରଣ ଏହାରି ଜରିଆରେ ବର୍ତ୍ତମାନ ଯାବତୀୟ ଅପରାଧମୂଳକ କାମ କରିବା ସହଜ ହୋଇଯାଇଥିବାବେଳେ ମନୋରଞ୍ଜନ ନାଁରେ ଅନେକ ସମୟରେ ପାଗଳାମି କରିବା ପାଇଁ ଏହା ପ୍ରୋତ୍ସାହନ ଯୋଗାଉଛି। ଏବେ ‘କିକି ଚ୍ୟାଲେଞ୍ଜ୍’ର ଉନ୍ମାଦନା ଯୁବପିଢ଼ିଙ୍କ ମନକୁ ବେଶ୍‌ ଆକୃଷ୍ଟ କରୁଛି ଓ ସେମାନେ ନିଜେ ତାକୁ କରି ଦେଖାଇବାକୁ ତତ୍ପର। କାନାଡାର ଜଣେ ଗାୟକ ଡ୍ରେକ୍‌ଙ୍କ ଏକ ଗୀତ ଏବେ ୟୁ-ଟ୍ୟୁବ୍‌ରେ ବେଶ୍ ଚର୍ଚିତ ହୋଇଛି। ଏହି ଗୀତରେ ଅନଲାଇନରେ ସକ୍ରିୟ ହାସ୍ୟ ଅଭିନେତା ଶିଗ୍ଗି ଚଳନ୍ତା ଗାଡ଼ିରୁ ଓହ୍ଲାଇ କିଛି ସମୟ ନୃତ୍ୟ କରିବା ପରେ ସେହି ଅବସ୍ଥାରେ ପୁଣି କାର୍‌ରେ ଚଢ଼ିବାର ଭିଡିଓ ଖୁବ୍ ଲୋକପ୍ରିୟ ହେଲା। ଏହା ହିଁ ‘କିକି ଚ୍ୟାଲେଞ୍ଜ୍’ର ଜନ୍ମଦାତା। ଏହି ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରୁଥିବା ଯୁବକ ବା ଯୁବତୀ ମଝିରାସ୍ତାରେ ଚଳନ୍ତା କାର୍‌ରୁ ଓହ୍ଲାଇ ନୃତ୍ୟ କରିବାକୁ ଲାଗେ ଓ ନାଚିନାଚି ଯାଇ ପୁଣି କାର୍‌ରେ ଚଢ଼ିଯାଏ। କାର୍ ଚାଳକ ସେହି ନୃତ୍ୟର ଚିତ୍ର ଉତ୍ତୋଳନ କରୁଥାଏ। କହିବା ଅନାବଶ୍ୟକ ଯେ ଏହା କେବଳ ସଂପୃକ୍ତ ଯୁବକ ବା ଯୁବତୀ ପାଇଁ ଆତ୍ମଘାତୀ ନୁହେଁ; ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଖୁବ୍ ବିପଜ୍ଜନକ।
ପୃଥିବୀର ବିଭିନ୍ନ ଦେଶର ଯୁବକଯୁବତୀ ଏହି ବିପଦପୂର୍ଣ୍ଣ ସାଂଗୀତିକ ଷ୍ଟଣ୍ଟ୍ ଦେଖାଇ ତା’ର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରୁଛନ୍ତି। ଆମ ଦେଶର ବଡ଼ବଡ଼ ସହରର ଯୁବପିଢ଼ି ମଧ୍ୟ ଏଥିରେ ଉନ୍ମତ୍ତ ହେଲେଣି। ସଡ଼କ ସୁରକ୍ଷା ପାଇଁ ଏହା ଏକ ବଡ଼ ଆହ୍ବାନ ପାଲଟିଥିବାରୁ ପୁଲିସ ବି ଚିନ୍ତାରେ ପଡ଼ିଛି। ଏହି ‘କିକି ଚ୍ୟାଲେଞ୍ଜ୍’ ଯୋଗୁଁ ଅନେକ ଦୁର୍ଘଟଣା ଘଟିଥିବାରୁ ଆମେରିକା, ସ୍ପେନ୍, ମେକ୍ସିକୋ, ଇଜିପ୍ଟ ଆଦି ଦେଶରେ ଏହାକୁ ଦଣ୍ଡନୀୟ ଘୋଷଣା କରାଗଲାଣି। ଖୁସିର କଥା ଯେ କିଛି ଦୁର୍ଘଟଣା ଘଟିବା ପୂର୍ବରୁ ଓଡ଼ିଶା ପୁଲିସ ଯୁବପିଢ଼ିକୁ ଏଭଳି ଏକ ବିପଜ୍ଜନକ ‘ଚ୍ୟାଲେଞ୍ଜ୍’କୁ ଆପଣାଇ ନିଜର ଓ ଅନ୍ୟର ଜୀବନକୁ ବିପନ୍ନ ନକରିବାକୁ ଏବେ ଟ୍ବିଟ୍‌ ମାଧ୍ୟମରେ ସଚେତନ କରାଇଛି। ଯୁବପିଢ଼ି ଏଭଳି ଅଯଥା କାମରେ ନିଜ ଶକ୍ତିର ଅପଚୟ ନକରି କିଛି ସୃଜନଶୀଳ କାର୍ଯ୍ୟରେ ମନ ଦିଅନ୍ତୁ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories