www.samajalive.in
Monday, December 15, 2025
14.1 C
Bhubaneswar

ଉପାନ୍ତ ଅଞ୍ଚଳରେ ମେଡିକାଲ୍‌ ଟିମ୍

ମାଲକାନଗିରି : ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା’ ରେ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ବିଶେଷଜ୍ଞ ଚିକିତ୍ସା ସେବା ସୁନିଶ୍ଚିତ ହେଉଛି। ମାଲକାନଗିରି ଜିଲ୍ଲାବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା’ ରେ ଗତକାଲି ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ବିଶେଷଜ୍ଞ ଟିମ୍ ମାଲକାନଗିରି ଜିଲ୍ଲା ସଦର ମହକୁମା ହସ୍ପିଟାଲ ଗସ୍ତ କରିଥିଲେ । ଏହି ଡାକ୍ତରୀ ଦଳରେ ନିଶ୍ଚେତକ ବିଭାଗ, ୟୁରୋଲୋଜି ବିଭାଗ, ନ୍ୟୁରୋଲୋଜି ବିଭାଗ, ଗ୍ୟାଷ୍ଟ୍ରୋଏଣ୍ଟୋଲୋଜି ଏବଂ ହୃଦରୋଗ ବିଭାଗର ବିଶେଷଜ୍ଞ ଏବଂ ସହାୟକମାନେ ଏହି ଟିମ୍‌ରେ ସାମିଲ ଥିଲେ। ସେଠାରେ ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ରହି ବିଶେଷଜ୍ଞ ସେବା ଓ ଚିକିତ୍ସା ଯୋଗାଇଦେବେ। ଅପରାହ୍ନ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦୦ରୁ ଅଧିକ ରୋଗୀ ଏହି ବିଶେଷଜ୍ଞ ସେବା ନିମନ୍ତେ ତାଲିକାଭୁକ୍ତ ହୋଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories