www.samajalive.in
Sunday, December 14, 2025
16.1 C
Bhubaneswar

ଲ୍ୟାଣ୍ଡଲାଇନ ଫୋନ୍‌ ହିଁ କାହିଁକି ବ୍ୟବହାର କରନ୍ତି ପୁଟିନ୍‌: ସ୍ମାର୍ଟ ଫୋନଠାରୁ ଦୂରେଇ ରହିବାର କାରଣ କଣ

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ, ପୁଟିନ ଭାରତ ଏବଂ ଋଷିଆ ମଧ୍ୟରେ ଆୟୋଜିତ ୨୩ତମ ଦ୍ୱିପାକ୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସୁଛନ୍ତି । କିନ୍ତୁ ପୁଟିନଙ୍କ ଗସ୍ତ ଅପେକ୍ଷା ଯାହା ଅଧିକ ଆଲୋଚନା ସୃଷ୍ଟି କରୁଛି ତାହା ହେଉଛି ତାଙ୍କର ଅତ୍ୟନ୍ତ କଡ଼ା ସୁରକ୍ଷା ।

ତେବେ ପୁଟିନଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଆଉ ଏକ ଚର୍ଚ୍ଚା ଏବେ ବେଶ ଜୋର ଧରିଛି । ତହା ହେଉଛି ପୁଟିନ କ’ଣ କେବେ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି ନାହିଁ? କାରଣ ଯେତେବେଳେ ସେ କ୍ରେମଲିନରେ କାହା ସହିତ କଥା ହୁଅନ୍ତି, ତାହା ଏକ ଲ୍ୟାଣ୍ଡଲାଇନ୍ ହିଁ ଥାଏ। ଅଧିକାଂଶ ବିଶ୍ୱ ନେତା କଡା ସୁରକ୍ଷା ଏବଂ ବଡ଼ ଦଳ ସହିତ ଯାତ୍ରା କରୁଥିବା ବେଳେ, ପୁଟିନଙ୍କ ସୁରକ୍ଷାକୁ ଏକ ଭିନ୍ନ ସ୍ତରର ବୋଲି ବିବେଚନା କରାଯାଏ।

- Advertisement -

କଣ ପୁଟିନ ନିଜ ପାଖରେ ସ୍ମାର୍ଟଫୋନ୍ ରଖନ୍ତି କି?
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୁଟିନଙ୍କ ପାଖରେ ମୋବାଇଲ୍ ଫୋନ୍ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ରୁଷ ରାଷ୍ଟ୍ରପତି ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି ନାହିଁ। ୨୦୧୮ରେ ବୈଜ୍ଞାନିକ ଏବଂ ବିଶେଷଜ୍ଞଙ୍କ ସହ ଏକ ବୈଠକ ସମୟରେ, କୁରଚାଟୋଭ୍ ନ୍ୟୁକ୍ଲିୟର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମୁଖ୍ୟ କହିଥିଲେ, “ପ୍ରତ୍ୟେକଙ୍କ ପକେଟରେ ସ୍ମାର୍ଟଫୋନ୍ ଅଛି।” ପୁଟିନ ଉତ୍ତର ଦେଇଥିଲେ, “ତୁମେ କହିଲ ଯେ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି। ମୋ ପାଖରେ ନାହିଁ।”

ପୁଟିନ୍ କାହିଁକି ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ନାହିଁ?
କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ୍ ରୁଷିଆନ୍ ଟିଭି ଚ୍ୟାନେଲ୍ ସହିତ ଏକ ସାକ୍ଷାତକାରରେ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ଯେପର‌୍ୟ୍ୟନ୍ତ ମୁଁ ଜାଣେ, ପୁଟିନ୍ ଙ୍କ ପାଖରେ ଫୋନ୍ ନାହିଁ।” ପେସ୍କୋଭ୍ ଙ୍କ ଅନୁଯାୟୀ, ସ୍ମାର୍ଟ ଫୋନ୍ ବ୍ୟବହାର କରିବା ଗୋପନୀୟତା ଏବଂ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ ଏବଂ ଏହି ବିପଦ ଜଣେ ହାଇ ପ୍ରୋଫାଇଲ୍ ନେତାଙ୍କ ପାଇଁ ଅତ୍ୟନ୍ତ ଗମ୍ଭୀର ହୋଇପାରେ।

କେତେକ ଲୋକ ବିଶ୍ୱାସ କରନ୍ତି ଯେ ପୁଟିନ ଫୋନ୍‌ ବ୍ୟବହାର ନକରିବାର ପ୍ରକୃତ କାରଣ କେବଳ ସୁରକ୍ଷା ନୁହେଁ। ପୁଟିନ୍ TASS ନ୍ୟୁଜ୍ ଏଜେନ୍ସିକୁ କହିଥିଲେ ଯେ କ୍ରେମଲିନରେ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ନିଷିଦ୍ଧ । ଯାହା କାରଣରୁ ତାଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଆବଶ୍ୟକ ହେଲେ ସେ କେବଳ ଏକ ସରକାରୀ ସୁରକ୍ଷିତ ଲାଇନରେ କଥା ହୁଅନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories