ବିଶ୍ବର ହକି ପ୍ରଶଂସକଙ୍କୁ ଅପେକ୍ଷା କରିଛି ଓଡ଼ିଶା : ମୁଖ୍ୟମନ୍ତ୍ରୀ

ବାଜିଲା ୨୦୨୩ ପୁରୁଷ ହକି ବିଶ୍ବକପ୍‌ର ବିଗୁଲ, ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ବକପ-୨୦୨୩ ଲୋଗୋ ଉନ୍ମୋଚିତ

ଭୁବନେଶ୍ବର : ଓଡ଼ିଶାରେ ଆଉ ଏକ ହକି ମହାକୁମ୍ଭର ବିଗୁଲ ବାଜିଛି। ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପର ପଞ୍ଚଦଶତମ ସଂସ୍କରଣ -୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବ। ଉକ୍ତ ହକି ମହାକୁମ୍ଭ ଆଉ ଏକ ବର୍ଷରୁ କମ୍‌ ସମୟ ରହିଥିବା ବେଳେ ଗୁରୁବାର ଲୋଗୋ ଉନ୍ମୋଚିତ ହୋଇଯାଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ବକପ ୨୦୨୩ ଭୁବନେଶ୍ବର- ରାଉରକେଲାର ଲୋଗୋ ଉନ୍ମୋଚିତ କରିଥିଲେ। ଭାରତ ଓ ଜର୍ମାନୀ ପୁରୁଷ ହକିଦଳର ଖେଳାଳିଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋଗୋକୁ ଉନ୍ମୋଚିତ କରିଥିଲେ। ଓଡ଼ିଶା ବିଶ୍ବ ହକିର ହବ୍‌ରେ ପରିଣତ ହୋଇଛି। କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ହକି ମହାକୁମ୍ଭ ଓଡ଼ିଶା ଆୟୋଜନ କରିବାକୁ ଯାଉଛି। ୨୦୧୮ ପୁରୁଷ ହକି ବିଶ୍ବକପର ସଫଳତା ସ୍ମରଣୀୟ ହୋଇ ରହିଛି। ଆଉ ଏକ ବିଶ୍ବକପ ଆୟୋଜନ ନେଇ ଓଡ଼ିଶା ପ୍ରସ୍ତୁତ। ଏଭଳି ଏକ ସମ୍ମାନଜନକ ପ୍ରତିଯୋଗିତା ଲାଗି ବିଶ୍ବର ହକି ପ୍ରଶଂସକମାନଙ୍କୁ ଓଡ଼ିଶା ଅପେକ୍ଷା କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

prayash


ଏଫ୍‌ଆଇଏଚ୍‌ ସଭାପତି ନରେନ୍ଦ୍ର ଧ୍ରୁବ ବାତ୍ରା ୨୦୨୩ ହକି ବିଶ୍ବକପ ଆୟୋଜନ ନେଇ ଓଡ଼ିଶା ସରକାରଙ୍କ ସହଯୋଗ ଓ ଉତ୍ସାହକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ସାହ ଭାରତୀୟ ହକିକୁ ବିଶ୍ବରେ ସ୍ବତନ୍ତ୍ର ପରିଚୟ ଦେଇଛି। ୨୦୨୩ ପୁରୁଷ ହକି ବିଶ୍ବକପ ଆଉ ଏକ ସଫତଳମ ପ୍ରତିଯୋଗିତା ହେବ ବୋଲି ଏଫ୍‌ଆଇଏଚ୍‌ ସଭାପତି ବାତ୍ରା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା, ଓଡ଼ିଶା ହକି ପ୍ରମୋସନ ବୋର୍ଡ ଅଧ୍ୟକ୍ଷ ଅଲିମ୍ପିଆନ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ହକି ଇଣ୍ଡିଆ ସଭାପତି ଜ୍ଞାନେ‌େ‌ନ୍ଦ୍ରା ନିଗୋମବାମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଓଡ଼ିଶା ସରକାର, ହକି ଇଣ୍ଡିଆର ମିଳିତ ସହଯୋଗରେ ଓଡ଼ିଶାରେ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ପୁରୁଷ ହକି ବିଶ୍ବକପ ଆୟୋଜିତ ହେବାକୁ ଯାଉଛି। ପ୍ରତିଯୋଗିତାରେ ଭାରତ ସମେତ ମୋଟ ୧୬ଟି ଦେଶ ଅଂଶଗ୍ରହଣ କରି​‌େ​‌ବ। ଭୁବନେଶ୍ବରରେ ପୂର୍ବରୁ ୨୦୧୮ ହକି ବିଶ୍ବକପ ଆୟୋଜିତ ହୋଇଥିବାବେଳେ ନୂତନ ଭେନ୍ୟୁ ଭ​‌ାବେ ରାଉରକେଲା ସ୍ଥାନ ପାଇଛି। ବିଶ୍ବକପ ଲାଗି ରାଉରକେଲାରେ ୨୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବିଶ୍ବସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ ନିର୍ମିତ ହେଉଛି। ୨୦୧୮ ହକି ବିଶ୍ବକପକୁ ଶ୍ରେଷ୍ଠ ଆୟୋଜନ କରିବାରେ ଓଡ଼ିଶା ସଫଳ ହୋଇଥିବାରୁ ପୁନର୍ବାର ଆଉ ଏକ ହକି ବିଶ୍ବକପ ଆୟୋଜନ ନେଇ ସୁଯୋଗ ମିଳିଛି।

kalyan agarbati

Comments are closed.