www.samajalive.in
Friday, November 14, 2025
25.1 C
Bhubaneswar

ଦେଶ ସେବାରେ ସରୋଜଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିବ: ନବୀନ

ଭୁବନେଶ୍ବର: ସିକ୍କିମ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଶହୀଦ ଖବର ସାରା ରାଜ୍ୟକୁ ଶକ୍ତ ଧକ୍କା ଦେଇଛି। ଢେଙ୍କାନାଳ ଜିଲା କେନ୍ଦୁଢ଼ିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନପୁଅ ସରୋଜଙ୍କ ଅକାଳ ବିୟୋଗରେ ପରିବାର ଆଖିରୁ ଲୁହ ଶୁଖୁ ନଥିବା​‌ ବେଳେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ବୀର ଓଡ଼ିଆ ଯବାନ ହାବିଲଦାର ସରୋଜ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାମାଜିକ ଗଣମାଧ୍ୟମ ଜରିଆରେ ଶୋକ ପ୍ରକାଶ କରି ଦେଶ ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ ବୋଲି କହିଛନ୍ତି ନବୀନ।


ଶୋକ ବାର୍ତ୍ତାରେ ନବୀନ କହିଛନ୍ତି, ‘‘ସିକ୍କିମରେ ବନ୍ୟା ଯୋଗୁଁ ଘଟିଥିବା ଅଘଟଣରେ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଶହୀଦ ଖବର ବିଷୟରେ ଜାଣି ମୁଁ ଦୁଃଖିତ। ଦେଶ ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’’

- Advertisement -

ସୂଚନାଯୋଗ୍ୟ, ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସରୋଜ ଦାସ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଗୁରୁବାର ତାଙ୍କ ମୃତଦେହ ଉଦ୍ଧାର କରାଯିବା ସହ ପରିବାର ଲୋକଙ୍କ ଦ୍ବାରା ଚିହ୍ନଟ କରାଯାଇଛି।

Hot this week

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

ନୂଆପଡା ଜନାଦେଶ : ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍

ନୂଆପଡା: ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି। ଚତୁର୍ଥ...

ବିହାର ଜନାଦେଶ: ୧୬୧ ସିଟରେ ଆଗୁଆ ରହିଛି ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ...

Related Articles

Popular Categories