www.samajalive.in
Tuesday, December 9, 2025
19.1 C
Bhubaneswar

ସ୍ପଷ୍ଟ ହୋଇନାହିଁ ବାତ୍ୟା ଚିତ୍ର: ଆଇଏମଡି ଡିଜି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ​‌ମୃତ୍ୟୁଞ୍ଜୟ ମହାପାତ୍ର । ଆସନ୍ତାକଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ହେବକି ନାହିଁ ସ୍ପଷ୍ଟ ଜଣାପଡ଼ିବ ବୋଲି କହିଛନ୍ତି ଆଇଏମଡି ଡିଜି । ବିଭାଗର ଆକଳନ ଅନୁଯାୟୀ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା କ୍ରମେ ଉତ୍ତର ପଶ୍ଚିମକୁ ଗତିକରି ୮ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ଏହାଦ୍ବାରା ଆଣ୍ଡାମାନ ସାଗର ଓ ଆଣ୍ଡାମାନ ଦ୍ୱୀପ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବା ସହ ଆସନ୍ତାକାଲି ୪୦ରୁ ୫୦ କିମି ବିଗରେ ପବନ ବହିବାର ସମ୍ଭାବନା ରହିଛି । ୮ ତାରିଖରେ ସେଠାରେ ୫୫ରୁ ୭୫ କିମି ବେଗରେ ପବନ ବହିପାରେ । ଆଣ୍ଡାମାନ ସାଗରର ଲଘୁଚାପର ପ୍ରଭାବ ବର୍ତ୍ତମାନ ଓଡ଼ିଶାକୁ ନାହିଁ କାରଣ ଏହା ଓଡ଼ିଶା ଠାରୁ ବହୁତ ଦୂରରେ ରହିଛି । ଅନେକ ଦୂରରେ ଥିବାରୁ ଲଘୁଚପାର ପ୍ରଭାବ ବର୍ତ୍ତମାନ ଓଡ଼ିଶା ଉପରେ ପଡ଼ିବ ନାହିଁ ।

ବର୍ତ୍ତମାନ ସମୟରେ ଓଡ଼ିଶାରେ ଲାଗି ରହୁଥିବା ବର୍ଷା କେବଳ କାଳବୈଶାଖୀ ଜନିତ ବର୍ଷା ବୋଲି ଆଇଏମଡି ଡିଜି କହିଛନ୍ତି । ତାହା ସହ ୮ ତାରିଖ ପରେ ଏହା କୁଆଡେ ଗତିକରିବ ତାହା ଲଘୁଚାପ ହୋବା ପରେ ସ୍ପଷ୍ଟ ଜଣାପଡ଼ିବ । ଆମେ ଏଯାଏ ଏହାକୁ ବାତ୍ୟା ବୋଲି କହିନାହୁଁ । ତେଣୁ ଲୋକ ମାନେ ବାତ୍ୟାକୁ ନେଇ ବିଭ୍ରାନ୍ତ ହେବାର ଆବଶ୍ୟକ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ​‌ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

- Advertisement -

 

 

 

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories