ଆଇସିଏସସି ଦଶମରେ ପ୍ରିୟଙ୍କା ପରାଶର ଓ ବିଷ୍ଣୁ ଶତପଥୀ ଯୁଗ୍ମ ଟପ୍ପର, ଆଇଏସସି ଦ୍ବାଦଶ ପରୀକ୍ଷାରେ ଦିଶା ଗୋଏଲ ଓଡ଼ିଶା ଟପ୍ପର

ଭୁବନେଶ୍ବର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ(ସିଆଇଏସସିଇ) ଦ୍ବାରା ପରିଚାଳିତ ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆଇସିଏସସି ଦଶମରେ ପ୍ରିୟଙ୍କା ପରାଶର ଓ ବିଷ୍ଣୁ ଶତପଥୀ ଯୁଗ୍ମ ଭାବେ ଓଡ଼ିଶା ଟପ୍ପର ହୋଇଛନ୍ତି। ଉଭୟ ୯୯.୪୦% ନମ୍ବର ରଖି ମିଳିତ ଭାବେ ଓଡ଼ିଶା ଟପ୍ପର ହୋଇଛନ୍ତି। ସେହିପରି ଆଇଏସସି ଦ୍ବାଦଶ ପରୀକ୍ଷାରେ ଦିଶା ଗୋଏଲ ଓଡ଼ିଶା ଟପ୍ପର ହୋଇଛନ୍ତି। ୯୮.୨୬% ନମ୍ବର ରଖି ଦିଶା ଓଡ଼ିଶା ଟପ୍ପର ହୋଇଥିବା ଜଣାପଡ଼ିଛି। ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀକ୍ଷା ଫଳ ଓଡ଼ିଶାରେ ବେଶ ଉତ୍ସାହଜନକ ହୋଇଥିବା ଜଣାପଡ଼ିଛି।

prayash

ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ ସାରା ଦେଶରୁ ୨.୩୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ଆଇସିଏସଇ ଦଶମ ଶ୍ରେଣୀରେ ପାସହାର ୯୮.୯୪% ରହିଥିଲାବେଳେ ଆଇଏସସି ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ପାସ ହାର ୯୬.୯୩% ଥିବା ଜଣାପଡ଼ିଛି। ଆଇସିଏସଇ ଦଶମରେ ରୁଶିଲ କୁମାର(୯୯.୮%) ଏବଂ ଦ୍ବାଦଶରେ ରିୟା ଅଗ୍ରୱାଲ (୯୯.୭୫%) ଟପ୍ପର ସମଗ୍ର ଦେଶରେ ଟପ୍ପର ହୋଇଛନ୍ତି।

ସିଆଇଏସସିଇର ଅଫିସିଆଲ୍ ୱେବସାଇଟ୍ http://cisce.org ଏବଂ http://results.cisce.orgକୁ ଯାଇ  ଛାତ୍ରଛାତ୍ରୀ ପରୀକ୍ଷା ଫଳାଫଳ ପାଇପାରିବେ। ଏହା ସହ ଛାତ୍ରଛାତ୍ରୀମାନେ ସେମାନଙ୍କର ସିଆଇଏସସିଇ ବୋର୍ଡ ପରୀକ୍ଷା ଫଳାଫଳ ଡିଜି ଲକର୍ ଆପ୍ ମାଧ୍ୟମରେ ମଧ୍ୟ ପାଇପାରିବେ। ଫଳାଫଳ ପାଇବା ପାଇଁ ସର୍ବପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ http://cisce.org କୁ ଯାଆନ୍ତୁ। ମୂଳପୃଷ୍ଠାରେ, ଆଇସିଏସଇ କିମ୍ବା ଆଇଏସସି ପାଠ୍ୟକ୍ରମମନୋନୀତ କରନ୍ତୁ। ଏହା ପରେ ଇଣ୍ଡେକ୍ସ ନମ୍ବର, ୟୁଆଇଡି ଏବଂ କ୍ୟାପଚା କୋଡ୍ ଦେଇ ଲଗଇନ୍ କରନ୍ତୁ। ଏହା ଆପଣଙ୍କ ଆଇସିଏସଇ କିମ୍ବା ଆଇଏସସିର ଫଳାଫଳ ସ୍କ୍ରିନ ଉପରେ ଆସିଯିବ। ଏହାକୁ ଯାଞ୍ଚ କରନ୍ତୁ ଏବଂ ଡାଉନଲୋଡ୍ କରନ୍ତୁ। ଛାତ୍ରଛାତ୍ରୀମାନେ ଫଳାଫଳର ଡିଜିଟାଲ୍ ମାର୍କସିଟ୍ ଡାଉନଲୋଡ୍ କରିପାରିବେ ଏବଂ ପରେ ଏହାର ଏକ ପ୍ରିଣ୍ଟଆଉଟ୍ ବାହାର କରିପାରିବେ।

kalyan agarbati

Comments are closed.