ଏଠାରେ ଚୁଇଙ୍ଗମ୍ ଖାଇବା ମନା ! ଜାଣନ୍ତୁ ଏହା କେଉଁ ଦେଶ

0

୧୯୯୨ ସମୟର ଘଟଣା। ତତ୍କାଳୀନ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି କୁଆନ ୟୁ ନିୟମ ପ୍ରଣୟନ କଲେ ଯେ ଦେଶରେ ଚୁଇଙ୍ଗମ୍ ଖାଇବା ମନା ସହ ବିଦେଶରୁ ଏହା ଆମଦାନୀ ହୋଇପାରିବ ନାହିଁ। ଏପରିକି ସ୍ଥାନୀୟ ଦୋକାନ, ବଜାର ଓ ମଲରେ ମଧ୍ୟ ଚୁଇଙ୍ଗମ୍ ବିକ୍ରି ନିଷିଦ୍ଧ କରାଗଲା।

ସେସମୟରେ ସିଙ୍ଗାପୁର ଚଳଚ୍ଚିତ୍ରରେ ମଧ୍ୟ ଚୁଇଙ୍ଗମ୍ ଖାଇବା ଦୃଶ୍ୟକୁ ବାଦ୍ ଦିଆଗଲା। ଏତେ ସବୁ ନିୟମ ମଧ୍ୟରେ ସରକାର ପରିବର୍ତ୍ତନ ପରେ ଚୁଇଙ୍ଗମ୍ ନିୟମ ମଧ୍ୟ କିଛି ଅଂଶରେ କୋହଳ କରାଯାଇଛି। ତେବେ ଆଜି ମଧ୍ୟ ସିଙ୍ଗାପୁରର ସର୍ବସାଧାରଣ ମଲରେ ଚୁଇଙ୍ଗମ୍ ବିକ୍ରି ହୋଇନଥାଏ।

କେତେକ ଔଷଧ ଦୋକାନରେ ଡାକ୍ତରଙ୍କ ପ୍ରେସକ୍ରିପସନରେ ଲେଖାଥିଲେ ହିଁ ମିଳିଥାଏ ଚୁଇଙ୍ଗମ୍। ପର୍ୟ୍ୟଟନ ସଂସ୍ଥା ବିଦେଶୀ ପର୍ୟ୍ୟଟକଙ୍କୁ ମଧ୍ୟ ଚୁଇଙ୍ଗମ୍ ଖାଇବା ନିୟମ ସମ୍ପର୍କରେ କଡ଼ାକଡ଼ି ଅବଗତ କରାଇଥାଏ ।

Leave A Reply