www.samajalive.in
Sunday, December 14, 2025
23.1 C
Bhubaneswar

ନୁଆପାଟଣା ମଧୁସେତୁ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ

ଚୌଦ୍ୱାର: ନୂଆପାଟଣା ନିକଟ ମଧୁସେତୁ ପାଖରେ ବୁଧବାର ରାତିରେ ହୋଇଥିବା ଟଙ୍କା ଲୁଟ ଘଟଣାର ପଦ୍ଦାଫାସ କରିଛି ଚୌଦ୍ୱାର ପୁଲିସ।ଏହି ଚୋରି ଘଟଣାର ନାଟକ ଅଭିଯୋଗକାରୀ କାର ଡ୍ରାଇଭର ନିଜେ ରଚିଥିବା ପୁଲିସ ପ୍ରକାଶ କରିଛି। ଉକ୍ତ ଡ୍ରାଇଭର ଖୁଣ୍ଟୁଣୀ ଥାନା ମହାଲକ୍ଷ୍ମୀପୁର ଗ୍ରାମର କୃଷ୍ନ ଚନ୍ଦ୍ର ବେହେରାକୁ ପୋଲିସ୍‍ ଗିରଫ କରିବା ସହିତ ତା ନିକଟରୁ ଚୋରି ଯାଇଥିବା ସମୁଦାୟ ୧ଲକ୍ଷ ୩୩ ହଜାର ୯୩୪ଟଙ୍କା ଜବତ କରିଛି।

ସୂଚନାଯୋଗ୍ୟଯେ ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ମଧୁସେତୁ ନିକଟରେ ବୁଧବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଏକ କାରକୁ ଅଟକାଇ ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇ ତା ନିକଟରୁ ୧ଲକ୍ଷ ୩୪ ହଜାର ଟଙ୍କା ଲୁଟି ନେଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଥିଲା। ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ସୁଚନା ଦେଇଛନ୍ତି ଯେ ଅଭିଯୁକ୍ତ କଷ୍ଣଚନ୍ଦ୍ର କଟକ ସିଡ଼ିଏ ଅଞ୍ଚଳରେ ରହୁଥିବା କଖଡ଼ି ମହାଳପଡ଼ାଗ୍ରାମର ବିଭୁତି ଭୂଷଣ ସାହୁଙ୍କର କାର ଡ୍ରାଇଭର ଭାବେ କାମ କରୁଥିଲା।ବିଭୁତିଙ୍କର ଧବଳେଶ୍ୱର ନୂଆପାଟଣା ରାସ୍ତା କଢ଼ରେ ଏକ ପେଟ୍ରୋଲ ପମ୍ପ ଅଛି। ବୁଧବାର ତାଙ୍କର ହଠାତ୍‍ ଟଙ୍କା ଦରକାର ହେବାରୁ ସେ ପେଟ୍ରୋଲପମ୍ପରୁ ଟଙ୍କା ଆଣିବା ପାଇଁ ତାଙ୍କ କାର ସହିତ ଡ୍ରାଇଭରକୁ ପଠାଇଥିଲେ। ଡ୍ରାଇଭର କୃଷ୍ଣଚନ୍ଦ୍ର ପମ୍ପରୁ ଟଙ୍କାନେଇ ନିଜେ ଟଙ୍କାକୁ ନୂଆପାଟଣା ନିକଟରେ ରାସ୍ତା ପାଖରେ ଏକ ବୁଦାରେ ଲୁଚାଇ ରଖି ତାଙ୍କୁ ଆକ୍ରମଣ କରି ଦୁର୍ବୁତ୍ତମାନେ ଟଙ୍କା ଛଡାଇନେବାର ନାଟକ ରଚି ମାଲିକ ବିଭୁତିଙ୍କୁ ଜଣାଇଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories