www.samajalive.in
Sunday, December 14, 2025
26.1 C
Bhubaneswar

ଧାନମଣ୍ଡି ବୁଲି ଚାଷୀଙ୍କ ସମସ୍ୟା ଅନୁଧ୍ୟାନ କଲେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି

ବୌଦ୍ଧ: ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତଙ୍କ ନେତୃତ୍ୱରେ ଏକ ୮ ଜଣିଆ ପ୍ରତିନିଧି ମଣ୍ଡଳୀ ଦୁଇ ଦିନିଆ ବୌଦ୍ଧ ଜିଲା ଗସ୍ତରେ ଆସି ବିଭିନ୍ନ ଧାନମଣ୍ଡି ବୁଲିବା ସହିତ ଚାଷୀମାନଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିଥିବା ଜଣାଯାଇଛି। ଶ୍ରୀପୁରୋହିତଙ୍କ ନେତୃତ୍ୱରେ ଏହି ପ୍ରତନିଧି ମଣ୍ଡଳୀ ବୌଦ୍ଧ ବ୍ଲକର ଖୁଣ୍ଟବନ୍ଧ, ଲକ୍ଷ୍ମୀପ୍ରସାଦ, କାଶଲପୁର ଓ ହରଭଙ୍ଗା ବ୍ଲକର ବୀରନରସିଂହପୁର ମଣ୍ଡି ପରିଦର୍ଶନ କରିଥିଲେ। ମଣ୍ଡିଗୁଡିକରେ ଚାଷୀମାନେ ସମ୍ମୁଖିନ ହେଉଥିବା ସମସ୍ୟା ସଂପର୍କରେ ଚାଷୀମାନଙ୍କୁ ପଚାରିବା ସହିତ ସେ ସଂପର୍କରେ ମଣ୍ଡି ଦାୟିତ୍ୱରେ ଥିବା ସମବାୟ ସମିତିର କର୍ମଚାରୀଙ୍କୁ ପଚାରି ବୁଝିଥିଲେ।

ପ୍ରତ୍ୟେକ ମଣ୍ଡିରେ ୩ରୁ ୪ କିଲୋ ପର୍ଯ୍ୟନ୍ତ ଧାନ କଟନୀ ଛଟନୀ କରାଯାଉଥିବା ବେଳେ ଅଖାବସ୍ତା ପଇସା ମଧ୍ୟ ଦିଆଯାଉ ନଥିବା ଓ ଧାନମଣ୍ଡିରେ ଖୋଲାରେ ଧାନ ପଡିରହିବା ଏବଂ ସମବାୟ ସମିତି କର୍ତ୍ତୃପକ୍ଷ ତାରପୋଲିନ ବ୍ୟବସ୍ଥା ନକରିବା ଚାଷୀମାନେ ଅଭିଯୋଗ କରିଥିଲେ। ଏହା ବ୍ୟତୀତ ସରକାର ଧାନମଣ୍ଡିରେ ଚାଷୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପାନୀୟଜଳ, ବସିବା ପାଇଁ ସ୍ଥାନ ଭଳି ମୌଳିକ ସୁବିଧା ନ ଥିବା ବେଳେ ଧାନ ଉଠାଇବା ପରେ ଚାଷୀଙ୍କ ପାଖକୁ ୭ରୁ ୧୦ ଦିନ ପର୍ଯ୍ୟନ୍ତ ଟଙ୍କା ପହଞ୍ଚୁନଥିବା ଚାଷୀମାନେ ଅଭିଯୋଗ କରିଥିଲେ। ସବୁ ସ୍ଥାନରେ ଦଲାଲ ଓ ବ୍ୟବସାୟୀମାନେ ମଣ୍ଡିରେ ସମବାୟ ସମିତି କର୍ମଚାରୀ ଓ ମିଲ ମାଲିକଙ୍କ ସହିତ ସଲାସୁତୁରାରେ ଚାଷୀଙ୍କୁ ଶୋଷଣ କରୁଥିବା ନେଇ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀପୁରୋହିତ ଜିଲାପାଳଙ୍କୁ ଫୋନ କରି ଜଣାଇବା ସହିତ ତୁରନ୍ତ ଚାଷୀମାନଙ୍କୁ ମଣ୍ଡିରେ ସମସ୍ତ ସୁବିଧା ଯୋଗାଇଦେବାକୁ କହିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ଭବିଷ୍ୟତରେ ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ କରିବାରେ ଯେପରି ଅସୁବିଧାର ସମ୍ମୁଖିନ ନହେବେ ସେଥିପାଇଁ ବିଜେପି କର୍ମକର୍ତ୍ତାମାନେ ଚାଷୀଭାଇଙ୍କୁ ସହଯୋଗ କରିବାକୁ ଶ୍ରୀପୁରୋହିତ ପରାମର୍ଶ ଦେଇଥିବା ଜଣାଯାଇଛି। ଏହି ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଅବସରରେ ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେବାରେ ଅବହେଳା ପ୍ରତିବାଦରେ ଏକ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଥିବା ବେଳେ ଶ୍ରୀପୁରୋହିତ ଶୋଭାଯାତ୍ରାକୁ ଉଦଘାଟନ କରିବା ସହିତ ଘଟଣାକୁ ଦୃଢ ନିନ୍ଦା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜବୀନ କାମନା କରି ବୌଦ୍ଧଜିଲା ବିଜେପି, ଜିଲା ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା ପକ୍ଷରୁ ବୌଦ୍ଧ ମାତଙ୍ଗେଶ୍ୱର ମହନ୍ଦିରରେ ସାମୁହିକ ଦୀପଦାନ, ମହାମୃତ୍ୟୁଞ୍ଜୟ ଜପ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ଜିଲା କୃଷକ ମୋର୍ଚ୍ଚା ସଭାପତି ରବି କୁମାର ଦେଓ, ବୈକୁଣ୍ଠ ପ୍ରଧାନ, କଣ୍ଟାବାଞ୍ଜିର ବରିଷ୍ଠ ନେତା ଲକ୍ଷ୍ମଣ ବାଘ, ସାଧାରଣ ସମ୍ପାଦକ କାମାକ୍ଷା ପ୍ରଧାନ, ରାଜ୍ୟ ଉପସଭାପତି ଦୁର୍ଯ୍ୟାଧନ ସାହୁ, ସମ୍ପାଦକ ସତ୍ୟବାଦୀ ଚଇନି, ରାଜ୍ୟ ସଂଯୋଜକ ଶ୍ରୀନିବାସ ପାତ୍ର, ରାଜୀବ ଷଡଙ୍ଗୀ, ପବିତ୍ର ପରିଡା, ମନୋରଞ୍ଜନ ଦାଶ, ପ୍ରେମାନନ୍ଦ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ନବୀନ ହୋତା, ତାପସ ପଟ୍ଟନାୟକ, ମିନାରାଣୀ ମିଶ୍ର, ନମିତା ରାଣୀ ଦାଶ, ବିଶିକେସନ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories