ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନଏସଏସର ୩ଟି ଶାଖା ପକ୍ଷରୁ ମିଳିତ ଭାବେ ପିଜି କାଉନସିଲ ବୈଠକ ହଲ ପରିସରରେ କୋଭିଡ ନିୟମ ପାଳନ କରାଯାଇ ନିଶା ସେବନକୁ ବନ୍ଦ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଏନଏସଏସ କୋର୍ଡିନେଟର ଡଃ ଦୃବଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତା କରିଥିବାବେଳେ, ୟୁନିଟ ୧ର ପ୍ରୋଗ୍ରାମିଙ୍ଗ ଅଫିସର ସମିର କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏନ୍ଏସଏସ-୩ର ପ୍ରୋଗ୍ରାମ ଅଫିସର ଡ଼ଃ ଇତିଶ୍ରୀ କୁମାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଭାବେ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି ଯୋଗ ଦେଇ ଯୁବ ସମାଜ ନିଶା ଠାରୁ ନିଜକୁ ଦୂରେଇ ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥି ପ୍ରତି ସଚେତନତା ସୃଷ୍ଟି କରିବା ନିମନ୍ତେ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପିଜି କାଉନ୍ସିଲ୍ ଚେୟାର୍ମ୍ୟାନ୍ ପି କେ ମହାନ୍ତି, ଆସିଷ୍ଟାଟ ଡ୍ରଗ କଣ୍ଟ୍ରୋଲର ଦେବାଶିଷ କାଲ, ଓଡିଆ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ପ୍ରଫେସର ଡ଼ଃ ସଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ସଭା ଶେଷରେ ୟୁନିଟ ୨ର ପ୍ରୋଗ୍ରାମିଙ୍ଗ ଅଫିସର ଶକ୍ତିରଞନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏନଏସଏସ କ୍ୟାଡେଟମାନଙ୍କ ପକ୍ଷରୁ ସଚେତନତା ସୃଷ୍ଟି ନିମନ୍ତେ କ୍ୟାମ୍ପସ ପରିସରରେ ଏକ ରାଲିର ଆୟୋଜନ କରାଯାଇଥିଲା।



