www.samajalive.in
Sunday, December 14, 2025
19.1 C
Bhubaneswar

ଚୌଦ୍ୱାର ପୌରପାଳିକାରେ ତୁଣ୍ଡି ଓ ସାନିଟାଇଜର ବଣ୍ଟନ

ଚୌଦ୍ୱାର: କରୋନା ମହାମାରୀରୁ ସୁରକ୍ଷା ଦିଗରେ ଜନ ସାଧାରଣଙ୍କୁ ସଚେତନ କରିବା ଲକ୍ଷରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‍ ବିଶ୍ୱାଳ ଚୌଦ୍ୱାର ପୌରପାଳିକାର ବିଭିନ୍ନ ୱାର୍ଡ଼ର୍ରେ ଲୋକ ମାନଙ୍କୁ ତୁଣ୍ଡି ଓ ସାନିଟାଇଜର ବଣ୍ଟନ କରିଛନ୍ତି। ବିଧାୟକ ଶ୍ରୀ ବିଶ୍ୱାଳ ପୌରପାଳିକାର ୬,୭,୯ ଓ ୧୨ ନମ୍ବର ୱାର୍ଡ଼କୁ ଯାଇ ଲୋକ ମାନଙ୍କୁ ସାନିଟାଇଜର ଓ ତୁଣ୍ଡି ବଣ୍ଟନ କରିବା ସହିତ କରୋନା ନିୟମାବଳିକୁ ସମସ୍ତେ ପାଳନ କରିବା ଏବଂ ଘରୁ ପଦାକୁ ବାହାରିବା ସମୟରେ ତୁଣ୍ଡି ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ବୁଝାଇଥିଲେ।

ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ପୁର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ପୁର୍ବତନ ଉପାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୂର୍ବତନ କାଉନ୍‍ସିଲର କରୁଣାକର ସାହୁ, ସୁବ୍ରତ ସାମଲ, ଅଜୟ କୁମାର ବେହେରା, ଯୁବନେତା ଅର୍ଜୁନ ପଣ୍ଡା, ଅଶୋକ କୁମାର ମହାନ୍ତି, ଚିନ୍ମୟୀ ବେହେରା, ବାସନ୍ତୀ ନାୟକ, ବୈଷ୍ନବ ଚରଣ ଦାସ, ନୟନା ସ୍ୱାଇଁ, ଝରଣା ନାୟକ,ଜୟନ୍ତୀ ଲେଙ୍କା ପ୍ରମୁଖ ପୌର କର୍ମଚାରୀଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ସ୍ୱଚ୍ଛ ସାଥୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପର୍ଯ୍ୟାୟକ୍ରମେ ପୌରପାଳିକାର ସମସ୍ତ ୱାର୍ଡର ଜନସାଧାରଣଙ୍କୁ ତୁଣ୍ଡି ଓ ସାନିଟାଇଜର ପ୍ରଦାନ କରାଯିବ ବୋଲି ବିଧାୟକ ସୁଚନା ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories