www.samajalive.in
Monday, December 15, 2025
17.1 C
Bhubaneswar

ପୁଣି ଜବତ ହେଲା ବାଘ ଛାଲ, ବନ୍ଧୁକ ସହ ଶିକାରୀ ଗିରଫ

କଣ୍ଟାମାଳ: ବୌଦ୍ଧ ବନଖଣ୍ଡ ମନମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କପାସିରା ଗ୍ରାମ ନିକଟରୁ ଆଜି ଷ୍ଟେଟ୍‍ ଟାସ୍କ ଫୋର୍ସ ଟିମ୍‍ର ଚଢାଉରେ ଏକ ବାଘ ଛାଲ, ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇ ଥିବା ଜଣାଯାଇଛି। ବାଘ ଛାଲର ମୂଖ୍ୟ ଅଭିଯୁକ୍ତକୁ ମଧ୍ୟ ଟାସ୍କ ଫୋର୍ସ ଟିମ ଗିରଫ କରିଥିବା ଜଣା ପଡିଛି। ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଭୂବରେଶ୍ୱରରୁ ଏସ୍‍ଟିଏଫ୍‍ର ସ୍ୱତନ୍ତ୍ର ଟିମ୍‍ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବାଘ ଛାଲ ବିକ୍ରି ପାଇଁ ଡିଲ୍‍ ଚାଲିଥିବା ବେଳେ ଅତର୍କୀତ ଚଢାଉ କରି ବାଘ ଛାଲ ସହ ଶୀକାରୀ ହର ରଣାକୁ କାବୁ କରି ନେଇଥିଲେ।

ଜବତ ବାଘ ଛାଲର ଫରେନସିକ ଯାଞ୍ଚପାଇଁ ଡେରାଡୁନ୍‍ ପରୀକ୍ଷାଗାରକୁ ପଠାଯିବ ବୋଲି ସୂଚନା ମିଳିଛି। ସବିଶେଷ ତଥ୍ୟ ପାଇଁ ଏସ୍‍ଟିଏଫ୍‍ ଟିମ୍‍ ଦ୍ୱାରା ଗିରଫ ଶିକାରୀ ହର ରଣାକୁ ପଚରା ଉଚୁରା କରିବା ପାଇଁ ଅନ୍ୟତ୍ର ନେଇ ଯାଇଥିବା ଜଣାଯାଇଛି। ପ୍ରକାଶ ଥାଉକି କିଛି ଦିନ ତଳେ ମଧ୍ୟ ଏସ୍‍ଟିଏଫ୍‍ ଦ୍ୱାରା ଆଉ ଏକ ବାଘ ଛାଲ ବିକ୍ରୀ କରିବା ସମୟରେ ମନମୁଣ୍ଡା ପାଖରୁ ହିଁ ଜବତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories