www.samajalive.in
Sunday, December 14, 2025
23.1 C
Bhubaneswar

ତଳଗାଁ ଅଞ୍ଚଳରେ ମ୍ୟାଲେରିଆ ସଚେତନତା କାର୍ୟ୍ୟକ୍ରମ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଉପାନ୍ତ ତଥା ଜଙ୍ଗଲପାହାଡ଼ ଘେରା ପରିବେଶରେ ଅନେକ ପଞ୍ଚାୟତ ରହିଛି। ସେଥିମଧ୍ୟରୁ ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତରେ ଏବେ ବ୍ୟାପକ ଭାବେ ମ୍ୟାଲେରିଆ ସଂକ୍ରମଣ ଦେଖିବାକୁ ମିଳିଛି। ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସତର୍କ ହେବା ସହ ବ୍ୟାପକ ସଚେତନତା କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି। ଏପରିକି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୋମବାର ଦିନ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ମଦନମୋହନ ପ୍ରଧାନଙ୍କ ନେତୃତ୍ୱରେ ଅନୁଧ୍ୟାନକାରୀ ଟିମ ତଳଗାଁ ଯାଇ ସେଠାରେ ରାତ୍ରିଯାପନ କରିବା ସହ ରାତିରେ ଘରକୁ ଘର ବୁଲି ମଶାରୀ ଯାଞ୍ଚ କରିଛନ୍ତି। ରାତିରେ ପ୍ରାୟ ୩ ଟି ଗାଁ ବୁଲି ଲୋକେ ମଶାରୀ ବ୍ୟବହାର କରୁଛନ୍ତି ନା ନାହିଁ ତାର ଯାଞ୍ଚ କରିଥିଲେ। ଅଧିକାଂଶ ଲୋକ ମଶାରୀକୁ ଟ୍ରଙ୍କ ଭିତରେ ରଖିଥିବା ଜଣାଯାଇଛି।

ମ୍ୟାଲେରିଆରୁ ବର୍ତ୍ତିବା ପାଇଁ ସରକାର ଲୋକଙ୍କୁ ମଶାରୀ ଦେଇଥିବା ବେଳେ ଅଧିକାଂଶ ଲୋକ ସେଗୁଡିକର ଉପଯୁକ୍ତ ବ୍ୟବହାର କରୁନଥିବା ଡାକ୍ତର ପ୍ରଧାନ କହିଛନ୍ତି। ସେହିପରି ମ୍ୟାଲେରିଆ ଜନିତ ସଚେତନତା ପାଇଁ ଦିନ ତମାମ ଗାଁକୁ ଗାଁ ବୁଲି ଦାସକାଠିଆ ମାଧ୍ୟମରେ ଲୋକଙ୍କୁ ମଶାରୀ ଟାଙ୍ଗିବା, ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଇଛି। ଏଥିରେ ତଳଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ସାମିଲ ହୋଇଥିଲେ।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories