www.samajalive.in
Monday, December 8, 2025
27.1 C
Bhubaneswar

ପୁଷ୍ପ ବେଶରେ ଦର୍ଶନ ଦେଲେ ତିନି ଠାକୁର

ବୌଦ୍ଧ: କରୋନା ଲକଡାଉନ ମଧ୍ୟରେ ଲଗାତାର ଦୁଇବର୍ଷ ହେଲା ବୌଦ୍ଧ ରଥଯାତ୍ରାରେ ନୂଆ ପରମ୍ପରା ସୃଷ୍ଟି ହୋଇଛି। ବାହୁଡା ନିତି ସମ୍ପର୍ଣ୍ଣ ପରେ ତିନି ଠାକୁର ରତ୍ନବେଦୀକୁ ଫେରିବା ପୂର୍ବରୁ ଏକାଦଶୀ ତିଥିରେ ରଥ ଉପରେହିଁ ଭକ୍ତମାନଙ୍କୁ ପୁଷ୍ପବେଶରେ ଦର୍ଶନ ଦେବାର ପରମ୍ପରା ରହିଛି। କିନ୍ତୁ କରୋନା କଟକଣା ଯୋଗୁଁ ରଥ ଓ ବାହୁଡା ଯାତ୍ରା ନିତି ବନ୍ଦ ରହିଥିବାବେଳେ ମନ୍ଦିର ପରିିସର ଭିତରେହିଁ ଭକ୍ତମାନଙ୍କୁ ବିଭିନ୍ନ ଅବତାରୀ ବେଶରେ ଦର୍ଶନ ଦେଇ ତିନିଠାକୁର ରତ୍ନବେଦୀକୁ ଫେରିବା

ପୂର୍ବରୁ ପୁଷ୍ପବେଶରେ ଦର୍ଶନ ଦେଇଛନ୍ତି। ଯଦିଓ ସର୍ବସାଧାରଣଙ୍କ ପାଇଁ ଦର୍ଶନ କଟକଣା ରହିଛି, ତେବେ ଠାକୁରମାନେ ରତ୍ନବେଦୀ ସମ୍ମୁଖରେ ବେଶକାରୀମାନଙ୍କ ଦ୍ୱାରା ଫୁଲବେଶରେ ସଜ୍ଜିତ ହୋଇ ଶୋଭାପାଉଛନ୍ତି। ଆଜି ମଧ୍ୟ ଭକ୍ତମାନଙ୍କ ପାଇଁ ଦର୍ଶନ କଟକଣା ସହିତ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories