ବୌଦ୍ଧ: କରୋନା ଲକଡାଉନ ମଧ୍ୟରେ ଲଗାତାର ଦୁଇବର୍ଷ ହେଲା ବୌଦ୍ଧ ରଥଯାତ୍ରାରେ ନୂଆ ପରମ୍ପରା ସୃଷ୍ଟି ହୋଇଛି। ବାହୁଡା ନିତି ସମ୍ପର୍ଣ୍ଣ ପରେ ତିନି ଠାକୁର ରତ୍ନବେଦୀକୁ ଫେରିବା ପୂର୍ବରୁ ଏକାଦଶୀ ତିଥିରେ ରଥ ଉପରେହିଁ ଭକ୍ତମାନଙ୍କୁ ପୁଷ୍ପବେଶରେ ଦର୍ଶନ ଦେବାର ପରମ୍ପରା ରହିଛି। କିନ୍ତୁ କରୋନା କଟକଣା ଯୋଗୁଁ ରଥ ଓ ବାହୁଡା ଯାତ୍ରା ନିତି ବନ୍ଦ ରହିଥିବାବେଳେ ମନ୍ଦିର ପରିିସର ଭିତରେହିଁ ଭକ୍ତମାନଙ୍କୁ ବିଭିନ୍ନ ଅବତାରୀ ବେଶରେ ଦର୍ଶନ ଦେଇ ତିନିଠାକୁର ରତ୍ନବେଦୀକୁ ଫେରିବା
ପୂର୍ବରୁ ପୁଷ୍ପବେଶରେ ଦର୍ଶନ ଦେଇଛନ୍ତି। ଯଦିଓ ସର୍ବସାଧାରଣଙ୍କ ପାଇଁ ଦର୍ଶନ କଟକଣା ରହିଛି, ତେବେ ଠାକୁରମାନେ ରତ୍ନବେଦୀ ସମ୍ମୁଖରେ ବେଶକାରୀମାନଙ୍କ ଦ୍ୱାରା ଫୁଲବେଶରେ ସଜ୍ଜିତ ହୋଇ ଶୋଭାପାଉଛନ୍ତି। ଆଜି ମଧ୍ୟ ଭକ୍ତମାନଙ୍କ ପାଇଁ ଦର୍ଶନ କଟକଣା ସହିତ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି।



