www.samajalive.in
Monday, December 15, 2025
16.1 C
Bhubaneswar

ଅଟ୍ଟାଳି ଜଗନ୍ନାଥଙ୍କର ଅପୂର୍ବ ସୁନାବେଶ

ଆଠଗଡ: ଆଠଗଡର ଆରାଧ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥ ଦେବଙ୍କର ବୁଧବାର ବଡ ଏକାଦଶୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। କୋଭିଡ କଟକଣା ଯୋଗୁଁ ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ସୁନାବେଶ ଦେଖିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ବଞ୍ଚିତ ହୋଇଥିଲେ ମଧ୍ୟ ସ୍ଥାନୀୟ ୟୁସିଭି ଚାନେଲ ପକ୍ଷରୁ ଏହାର ସିଧା ପ୍ରସାରଣକୁ ଲୋକେ ଘରେ ବସି ଦେଖିବାର ସୁଯୋଗ ପାଇଥିଲେ। ଶ୍ରୀ ଜୀଉଙ୍କର ଦିନତମାମ ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ସଂପନ୍ନ ହେବା ପରେ ସନ୍ଧ୍ୟାରେ ଅଟ୍ଟାଳି ଜଗନ୍ନାଥ ଦେବ ଏବଂ ଜଗନ୍ନାଥ ବଲ୍ଲଭ ମଠର ତିନିଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ଅଟ୍ଟାଳି ଜଗନ୍ନାଥଙ୍କୁ ୬୬୧.୭୫୦ଗ୍ରାମ ଏବଂ ଜଗନ୍ନାଥବଲ୍ଲଭ ମଠର ତିନିଠାକୁରଙ୍କୁ ୫୩୧.୫୨୫ଗ୍ରାମ ସୁନା ଅଳଙ୍କାରରେ ଭୂଷିତ କରାଯାଇଥିଲା। ଆଠଗଡ ଉପକାରାଗାରରୁ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ଡେପ୍ୟୁଟି କଲେକ୍ଟର ପ୍ରିୟବ୍ରତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଡା ପୁଲିସ ବଳୟ ମଧ୍ୟରେ ଶ୍ରୀ ଜୀଉଙ୍କର ସୁନା ଅଳଙ୍କାରକୁ ସନ୍ଧ୍ୟା ୬ଟାରେ ଅଣାଯାଇଥିଲା।

ବେଶ ନୀତି ସଂପନ୍ନ ହେବା ପରେ ପ୍ରାୟ ୮.୩୦ରେ ପୁନଃ ପୁଲିସ ବଳୟ ମଧ୍ୟରେ ସୁନା ଅଳଙ୍କାରକୁ ଉପକୋଷାଗାରରେ ରଖାଯାଇଥିଲା। ଏହି ସୁନାବେଶ ସମୟରେ ଚାନ୍ଦବାଲିଛକସ୍ଥିତ ହନୁମାନ ମନ୍ଦିରରୁ ଶ୍ରୀ ହନୁମାନ ଜୀଉ ଏକ ଶୋଭାଯାତ୍ରାରେ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ମନ୍ଦିରକୁ ଭକ୍ତମାନଙ୍କ ଗହଣରେ ଆସିଥିଲେ। ସେଠାରେ ସୁବର୍ଣ୍ଣମଣ୍ଡିତ ବେଶରେ ଅଟ୍ଟାଳି ଜଗନ୍ନାଥ ଦେବଙ୍କୁ ଶ୍ରୀ ହନୁମାନ ଦର୍ଶନ କରିବା ପରେ ଅସ୍ଥାୟୀ ମଣ୍ଡପର ଚତୁଃପାର୍ଶ୍ବ ପ୍ରଦକ୍ଷିଣ କରି ପୁଣି ମନ୍ଦିରକୁ ଫେରି ଯାଇଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories