ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଥାନାରେ ଏତାଲା
ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଜନଗହଳିପୂର୍ଣ୍ଣ କଳିଙ୍ଗ ଛକରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରାଯାଉଥିବା ଏବଂ ଏଥିପାଇଁ ଆଇନ୍ ଶୃଂଖଳା ପରିସ୍ଥିତି ସୃଷ୍ଠି ହେଉଥିବା ଅଭିଯୋଗ କରି ଏହାକୁ ତୁରନ୍ତ ରୋକିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ଟରନେସନାଲ ହ୍ୟୁମାନ୍ ରାଇଟସ୍ କାଉନ୍ସିଲର ଓଡ଼ିଶା ଶାଖା ତରଫରୁ ଚୌଦ୍ୱାର ଥାନାରେ ଏକ ଏତାଲା ଦାଖଲ କରାଯାଇଛି । କାଉନ୍ସିଲର ଓଡ଼ିଶା ଶାଖା ସଭାପତି ସସ୍ମିତା ଦାସ, ନାରାୟଣ ବିଶ୍ୱାଳ, ଅଭିଳାସ ଚନ୍ଦ୍ର ସାହୁ, ସଂଜିତ୍ କୁମାର ମହାନ୍ତି, ପୁଷ୍ପାଞ୍ଜଳି ଦାସ ପ୍ରମୁଖ ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କୁ ଭେଟି ଲିଖିତ ଏତାଲାରେ ଅଭିଯୋଗ କରିଛନ୍ତି। ଏଥିରେ ଅଭିଯୋଗ କରାଯାଇଛିଯେ ୫୫ ନମ୍ବର ଜାତୀୟ ରାଜପଥ କଡ଼଼ରେ ଥିବା ଜନଗହଳିପୂର୍ଣ୍ଣ କଳିଙ୍ଗ ବଜାରରେ ଏକ ଠିପି ବନ୍ଦ ମଦ ଦୋକାନ ଥିବାବେଳେ ଏହି ଦୋକାନରୁ ମଦ କିଣି ଅସାମାଜିକ ମାନେ ଦୋକାନ ସମ୍ମୁଖରେ ରାସ୍ତା କଡ଼ରେ ଖୋଲାଖୋଲିଭାବେ ମଦ୍ୟପାନ କରିବା ସହିତ ପଥଚାରୀ ମାନଙ୍କୁ ଗାଳି ଗୁଲଜ କରୁଛନ୍ତି । ଫଳରେ ଉକ୍ତ ଅଞ୍ଚଳରେ ଆଇନ୍ ଶୃଂଖଳା ବ୍ୟାହତ ହେବା ସହିତ ରାସ୍ତାରେ ଭଦ୍ରବ୍ୟକ୍ତି, ମହିଳା, ସ୍କୁଲପିଲା ଆଦି ଯିବା ଆସିବା ପାଇଁ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ତେଣୁ ଏଦିଗରେ ତୁରନ୍ତ ଦୃଢ଼ ପଦକ୍ଷେପ ନେବାପାଇଁ ପ୍ରତିନିଧି ମାନେ ଆଇଆଇସି ଶ୍ରୀ ପତିଙ୍କୁ ଅନୁରୋଧ କରିଥିଲେ ।
Comments are closed.