ଚୌଦ୍ୱାରରେ ଉତ୍କଳମଣି ଜୟନ୍ତୀ

ଚୌଦ୍ୱାର : ମହାନ୍ ସେବକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ଚୌଦ୍ୱାରରେ ପାଳିତ ହୋଇ ଯାଇଛି । ଚୌଦ୍ୱାର ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ମାନସ ରଞ୍ଜନ ସାମଲ, ଡାଳିଯୋଡ଼ା ସାହିତ୍ୟ ସଂସଦ ସମ୍ପାଦକ ଶ୍ରୀନିବାସ ବେହେରା, ସଭାପତି କେ.ସି.ପ୍ରତାପ ସିଂହ ପ୍ରମୁଖ ଓଟିଏମ୍ ବଜାରସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଚୌଦ୍ୱାର ସାହିତ୍ୟ ସଂସଦ ସଭାପତି ବିଶ୍ୱ କଲ୍ୟାଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଦିବ୍ୟଜ୍ୟୋତି ପାଣି, ଭାଗିରଥୀ ସାହୁ, ଶରତ ଚନ୍ଦ୍ର ସ୍ୱାଇଁ, ପ୍ରତାପ କୁମାର ଜେନା,ପବିତ୍ର ମୋହନ ସାହୁ,ମନ୍ମଥ କୁମାର ସାହୁ, ମୃତ୍ୟୁଞ୍ଜୟ ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଓଟିଏମ୍ କଲୋନୀସ୍ଥିତ ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିରରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ପ୍ରଧାନ ଆଚାର୍ଯ୍ୟା ମଧୁସ୍ମିତା ସ୍ୱାଇଁଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପିଲାମାନେ ଶୋଭାଯାତ୍ରାରେ ନଗର ପରିକ୍ରମା କରି  ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ବିଦ୍ୟାଳୟରେ ବକ୍ତୃତା, ପଟ୍ଟଚିତ୍ର, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାହ୍ନୁ ଚରଣ ଜେନା, ସ୍ୱପ୍ନାବତୀ ଗିରି, ଳକ୍ଷ୍ମୀପ୍ରିୟା ସାମଲ, ସ୍ୱାତିଦିପ୍ତା ବେହେରା, ରସ୍ମିତା ନାୟକ, ଅର୍ପିତା ମହାନ୍ତି, ଜ୍ୟୋତିଶ୍ରୀ ସାହୁ ପ୍ରମୁଖ ଶିକ୍ଷକ- ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସ୍ଥାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅଧ୍ୟକ୍ଷ ମାନସ କୁାମର ସାହୁଙ୍କ ପରିଚାଳନାରେ ଉତ୍କଳମଣି ଜୟନ୍ତୀ ପାଳିତ ହୋଇ ଯାଇଛି । ଆୟୋଜିତ ବହୁବିଧ କାର୍ଯ୍ୟକ୍ରମକୁ ରାଜେଶ କୁମାର ଓଝା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ଚୌଦ୍ୱାର ପ୍ରେସ୍ କ୍ଲବରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଶ୍ରଦ୍ଧାର ସହ ପାଳିତ ହୋଇ ଯାଇଛି । ସମ୍ପାଦକ ରମେଶ ଚନ୍ଦ୍ର ସାମଲଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଗଙ୍ଗାଧର ସାହୁ, କ୍ଲବ୍ ଉପଦେଷ୍ଟା ଅଧ୍ୟାପକ ସୌରେନ୍ଦ୍ର କୁମାର କୁମାର ପଣ୍ଡା, କାଉନସିଲର ତଥା ସାମ୍ବାଦିକ ଆଶୁତୋଷ ଦାସ, ସାମ୍ବାଦିକ ଶୁଭେନ୍ଦୁ ସାମଲ, ପ୍ରକାଶ କୁମାର ନାୟକ, ବିଶ୍ୱଜିତ ଭଞ୍ଜ, ସୁଧାକର ସାମନ୍ତରାୟ,ବିମଳ କୁମାର ବେଉରା, ଯୁବନେତା ଅର୍ଜୁନ ପଣ୍ଡା, ଶିକ୍ଷାବିତ୍ ଶିବ ପ୍ରସାଦ ପତି, ରଶ୍ମିରଞ୍ଜନ ଦାସ, ଦୀପକ ସେନାପତି,ବିଭୁ କଲ୍ୟାଣ ମହାନ୍ତି, ସଜୀବ କୁମାର ସାହୁ, ଅବିନାଶ ଗଡ଼ନାୟକ, ସୁରେଶ କୁମାର ପୃଷ୍ଟି ପ୍ରମୁଖ ଉତ୍କଳମଣିଙ୍କ ସେବାମୟ ଜୀବନାଦର୍ଶ ଉପରେ ଆଲୋଚନା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସାମ୍ବାଦିକ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.