ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଚୌଦ୍ୱାର : ଚୌଦ୍ୱାରରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଗତସ୍ତରରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି । ଚୌଦ୍ୱାର ପୌର ପାଳିକା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅତିଥି ଭାବେ ଗାନ୍ଧୀଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗାନ୍ଧୀଜୀଙ୍କ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବିଜେଡ଼ି କଟକ ଜିଲା ଉପ ସଭାପତି ପ୍ରେମଚାନ୍ଦ ନାୟକ, ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା,ପୌର ନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ସମସ୍ତ କାଉନସିଲର, ପୌର କର୍ମଚାରୀ ଏବଂ ବହୁ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଭାତରେ ସ୍ଥାନୀୟ ଶିଶୁ ସଦନରେ ପିଲାମାନଙ୍କଦ୍ୱାରା ଗୀତାପାଠ, ସମୁହ ବେଦ ଆବୃତ୍ତି, ସର୍ବଧର୍ମ ପ୍ରାର୍ଥନା, ଗାନ୍ଧୀ ବାଣୀ ଆଦି ମାଧ୍ୟମରେ ଦୁଇ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଶିଶୁ ସଦନର ଅନ୍ତେବାସୀ ମାନଙ୍କ ସହିତ ରାମଧୂନ କରି ଶୋଭାଯାତ୍ରାରେ ଯାଇ ଗାନ୍ଧୀଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁତ୍ତିରେ ମାଲ୍ୟାର୍ପଣ କରିଥିଲେ। ଚୌଦ୍ୱାର ବିଜେପି ତରଫରୁ ଜିଲା ଉପ ସଭାପତି ପ୍ରଶାନ୍ତ କୁମାର ହୋତା, ମଣ୍ଡଳ ସଭାପତି ବୈରାଗୀ ଚରଣ ପ୍ରଧାନ, ସଂଜିତ୍ ମହାନ୍ତି, କ୍ରୀଷ୍ରା ରାଓ, ହିରାଧର ପାଣି ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ଏଥି ସହିତ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନରେ ଗାନ୍ଧୀ ଜୟନ୍ତୀ, ଆଲୋଚନା ଚକ୍ର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।

Comments are closed.