ଅବାଧରେ କଟା ଚାଲିଛି ଚୋରା ମାଙ୍କଡା ପଥର

ତହସିଲ କର୍ତ୍ତୃପକ୍ଷ ଓ ମାଙ୍କଡା ପଥର ମାଫିଆ କୋଳାକୋଳି

ଗୁରୁଡିଝାଟିଆ :  ଆଠଗଡ ତହସିଲର କେତେକ ଅସାଧୁ କର୍ମଚାରୀ ଓ ମାଙ୍କଡାପଥର ମାଫିଆଙ୍କ କୋଳାକୋଳିରେ ଏବେ ସରକାରୀ ଜମିରୁ ଅବାଧରେ ଚୋରା ମାଙ୍କଡାପଥର କଟାଚାଲିଛି । ଦୈନିକ ଏକାଧିକ ଟ୍ରାକ୍ଟରରେ ବୁହାହୋଇ ଚୋରା ଚାଲାଣ ହେଉଛି। ଜଙ୍ଗଲ ପାର୍ଶ୍ବବର୍ତ୍ତି ସ୍ଥାନରେ ଏହି ଚୋରା ବେଆଇନ ମାଙ୍କଡାପଥର ଖନନ ଗୋବରାରେ ଚାଲୁଅଛି । ଏହାଦ୍ୱାରା ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନୀ ହେଉଥିବା ବେଳେ ବନ୍ୟପ୍ରାଣୀମାନେ ମଧ୍ୟ ବଡ ଗର୍ତ୍ତରେ ପଡି ମୃତ୍ୟୁବରଣ କରିବାର ସମ୍ଭାବନା ରହିଛି । ମାଙ୍କଡା ପଥର ବେଆଇନ ଭାବରେ ସରକାରୀ ଜାଗାରେ କଟାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିଭଳି ଜାଣି ପାରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ ଜାଗାରୁ ଖନନ କରି ବାହାରକୁ ଚୋରା ଚାଲାଣ କରାଯାଉଥିଲେ ମଧ୍ୟ ତହସିଲ କର୍ତ୍ତୃପକ୍ଷ ଦେଖି ନ ଦେଖିବାର ଅଭିନୟ କରୁଥିବା ସାଧାରଣରେ ଆଲୋଚିତ ହେଉଥିବା ବେଳେ କେହି କେହି କହୁଛନ୍ତି ଚୋରା ପଥର ମାଫିଆ ଓ କେତେକ ଅସାଧୁ କର୍ମଚାରୀଙ୍କ ପାଇଁ ଏହା ସମ୍ଭବ ହୋଇପାରୁଛି । ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଶିଥିଳତା ଦେଖାଦେଇଛି । ବିଶେଷତଃ ସଂରକ୍ଷିତ ଜଙ୍ଗଲ ନିକଟରେ ଏଭଳି ବେଆଇନ ମାଙ୍କଡାପଥର ଖନନ ବନ୍ୟପ୍ରାଣୀଙ୍କ ଜୀବନକୁ ବିପନ୍ନ କରିବାକୁ ଥିବାରୁ ତହସିଲ କର୍ତ୍ତୃପକ୍ଷ ଓ ବନବିଭାଗ ମିଳିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।

kalyan agarbati

Comments are closed.