ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

0

କାଠମାଣ୍ଡୁ:ଜଣେ ପାଇଲଟଙ୍କ ସମେତ ୭ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ନେପାଳର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଉକ୍ତ ହେଲିକପ୍ଟରକୁ ପାହାଡ଼ ଉପରେ ଫସି ଯାଇଥିବା ପର୍ବତାରୋହୀଙ୍କୁ ଉଦ୍ଧାର ନିମନ୍ତେ ବ୍ୟବହାର କରାଯାଇ ଥାଏ। କାଠମାଣ୍ଡୁରୁ ୮୦କିମି ଦୂର ଉତ୍ତର ପଞ୍ଚିମାଞ୍ଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରଶାସନକୁ ସୂଚନା ମିଳିଛି। ଦୁର୍ଘଟଣା ସମୟରେ ହେଲିକପ୍ଟରରେ ୬ଜଣ ଯାତ୍ରୀ ଓ ଜଣେ ପାଇଲଟ ଉପସ୍ଥିତ ଥିଲେ। ଦୁର୍ଘଟଣା ପରେ ଯାତ୍ରୀ ଓ ପାଇଲଟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦୁର୍ଘଟଣା ଘଟିଥିବା ଅଞ୍ଚଳ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ସେନା ଓ ପୁଲିସ ପକ୍ଷରୁ ପାଦରେ ଚାଲିଚାଲି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟକୁ ଖୋଜିବାକୁ ପଡ଼ୁଛି।

Leave A Reply