www.samajalive.in
Sunday, December 14, 2025
17.1 C
Bhubaneswar

ଓଡ଼ିଶାରେ ଚିଟଫଣ୍ଡ କମିସନ ତଦନ୍ତ ପ୍ରସଙ୍ଗ : ୭ ବର୍ଷରେ ୬ କୋଟି ୧୯ ଲକ୍ଷ ଖର୍ଚ୍ଚ

କଟକ : ଚିଟଫଣ୍ଡ ମହାଦୁର୍ନିତି ମାମଲାର ତଦନ୍ତ କରିଥିବା ଜଷ୍ଟିସ୍‍ ମଦନ ମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ କେବେଠୁ ୋଷ ହୋଇଛି। କମିଶନଙ୍କ ୭ ବର୍ଷର ଅବଧି ମଧ୍ୟରେ ସରକାରଙ୍କ ରାଜକୋଷରୁ କମିସନ, କାର୍ଯ୍ୟାଳୟ କର୍ମଚାରୀଙ୍କ ଦରମା ଓ ସେମାନଙ୍କ ଖର୍ଚ୍ଚ ବାବଦକୁ ୬ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତଦନ୍ତର ସେପରି କିଛି ଆଖି ଦୃଶିଆ ଫଳ ମିଳିନଥିବାବେଳେ ରାଜକୋଷରୁ ଏଥିପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହୋଇଛି। ଏହା ବଦଳରେ ମାତ୍ର ହାତ ଗଣତି କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ମିଳିଛି। ତାହା ପୁଣି ୧ ହଜାରରୁ ୧୦ ହଜାର ମଧ୍ୟରେ। ତେବେ କୌଣସି ବିଚାର ବିଭାଗୀୟ ତଦନ୍ତ ଇତିହାସରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ଘଟଣା ଅତ୍ୟନ୍ତ ବିରଳ। ଅନ୍ୟପକ୍ଷରେ କମିଶନ ରାଜ୍ୟ ସରକାରଙ୍କୁ ବିଭିନ୍ନ ପର୍ଯ୍ୟାୟରେ ପ୍ରଦାନ କରିଥିବା ଅନ୍ତରୀଣ ରିପୋର୍ଟ ମଧ୍ୟ ସାର୍ବଜନୀନ ହୋଇପାରିନାହିିଁ। ଫଳରେ ଉକ୍ତ ରିପୋର୍ଟରେ କଣ ସବୁ ପରାମର୍ଶ ରହିଛି ତାହା ତଦନ୍ତର ୭ ବର୍ଷ ପରେ ମଧ୍ୟ ଜଣା ପଡୁ ନାହିଁ। ଅପରପକ୍ଷରେ ଚିଟ୍‍ଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା କେତେକ ଅଭିଯୁକ୍ତମାନେ ଇତି ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଜାମିନ ପାଇ ସାରିଥିବାବେଳେ ଆଉ କେତେକ ଜାମିନ ପାଇବା ଆଶାରେ ଅଛନ୍ତି। ଅନ୍ୟ କେତେକଙ୍କ ସଜ୍ଜା ମଧ୍ୟ ସରିଥିବାବେଳେ ଆଉ କେତେକଙ୍କ ସଜ୍ଜା ବାକି ରହିଛି। ଏପରିସ୍ଥଳେ ରାଜକୋଷରୁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରିବାର ଯଥାର୍ଥତା ସମ୍ପର୍କରେ ସମୀକ୍ଷା କରିବାର ବେଳେ ଆସି ପହଁଚିଛି।
ସୂଚନାଥାଉକି କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଥିବାବେଳେ ମଧ୍ୟ ଏହାର ଅବଧିକୁ ଆଉ ପରେ ବୃଦ୍ଧି କରାଯାଇନାହିିଁ। ଚିଟ୍‍ଫଣ୍ଡ ପ୍ର୍ରସଙ୍ଗକୁ ନେଇ ଗତ ୨୦୧୩, ଜୁଲାଇ ୯ରେ ରାଜ୍ୟ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ କମିଶନ ଗଠନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାର ତଦନ୍ତ କରୁଥିବା କମିଶନଙ୍କ କାର୍ଯ୍ୟକାଳ ୨୦୨୦, ଫେବ୍ରୁଆରି ୪ରୁ ଶେଷ ହୋଇସାରିଛି। ଚିଟ୍‍ଫଣ୍ଡ କମିଶନ ତାଙ୍କ ତଦନ୍ତ ସମୟରେ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ରାଜ୍ୟ ସରକାରଙ୍କୁ ୭ ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨୧ଶହ କ୍ଷୁଦ୍ର ଜମାକାରୀ କମିଶନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। ତେବେ କ୍ଷୁଦ୍ର ଜମାକାରୀ ହେଉଛନ୍ତି ୧୦ ହଜାର ଟଙ୍କାରୁ କମ୍‍ ଟଙ୍କା ଚିଟ୍‍ଫଣ୍ଡରେ ବିନିଯୋଗ କରିଥିବା ବ୍ୟକ୍ତି ବିଶେଷ। ଏକ ସମୟରେ ଚିଟ୍‍ଫଣ୍ଡ ମହାଦୁର୍ନିତିକୁ ନେଇ ସମଗ୍ର ରାଜ୍ୟ ହୁଲୁସ୍ତୁଲୁ ହେଉଥିବାବେଳେ ଏବେ ଏହି ପ୍ରସଙ୍ଗ ପୁରା ଥଣ୍ଡା ହୋଇଯାଇଛି। ଏଭଳି ସ୍ଥିତିରେ କୋଟି କୋଟି ଟଙ୍କା ଚିଟଫଣ୍ଡରେ ଜମାକରି ଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କ ଆଶା ଏବେ ମଉଳି ଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories