‘ୱାନ୍‌ ବେଲ୍‌ଟ ୱାନ୍‌ ରୋଡ୍‌’ ପାଇଁ ଚାପ ପକାଇବ ନାହିଁ ଚୀନ୍‌

0

ବେଜିଂ : ଚୀନ୍‌ର ‘ୱାନ୍‌ ବେଲ୍‌ଟ ୱାନ୍‌ ରୋଡ୍‌’ ପ୍ରକଳ୍ପକୁ ଗ୍ରହଣ କରିବା ଲାଗି ଭାରତ ଉପରେ ବେଜିଂ ଚାପ ପକାଇବ ନାହିଁ ବୋଲି ଚୀନ୍‌ର ଉପ-ବୈଦେଶିକ ମନ୍ତ୍ରୀ କୋଙ୍ଗ ଜୁଆୟୋଁ ଶନିବାର କହିଛନ୍ତି। ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଅନୌପଚାରିକ ସମ୍ମିଳନୀ ସମ୍ବନ୍ଧରେ ସୂଚନା ଦେଇ ସେ କହିଛନ୍ତି, ତିବ୍ଦତ୍‌ ଉପରେ ଚୀନ୍‌ ଏହାର ଅଧିକାର ଦାବି କରି ଆସୁଥିବା ବେଳେ ଏହି ପ୍ରସଙ୍ଗରେ ଭାରତ ନିଜର ଆଭିମୁଖ୍ୟ ସରକାରୀ ଭାବେ ପରିବର୍ତ୍ତନ କରିନାହିଁ। ତିବ୍ଦତ୍‌ ନିକଟସ୍ଥ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚୀନ୍‌ର ନିର୍ମାଣ କାର୍ଯ୍ୟକୁ ସ୍ୱୀକାର କରିବାକୁ ଭାରତ ଉପରେ ଚୀନ୍‌ ଚାପ ପକାଇବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave A Reply