www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ-ମାଳଦ୍ବୀପ ବିବାଦ ମଧ୍ୟରେ ବିଷ ଓଗାଳିଲା ଚୀନ୍‌

ନୂଆଦିଲ୍ଲୀ: ମାଳଦ୍ବୀପ ସହ ବିବାଦ ଘଟଣାରେ ଅନ୍ୟ ଦେଶମାନଙ୍କଠାରୁ ଭାରତକୁ ମିଳୁଥିବା ସମର୍ଥନକୁ ଚୀନ୍‌ ହଜମ କରିପାରୁନି। ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଭାରତ ଖୋଲା ମିଜାଜ୍‌ ସହ ଚିନ୍ତା କରିବା ଉଚିତ। ଭାରତ ଭାବୁଛି, ଏହି ଅଞ୍ଚଳରେ ତା’ର ହିଁ ପ୍ରଭାବ ରହୁ। ମାଳଦ୍ୱୀପ ଏବଂ ଅନ୍ୟ ପଡ଼ୋଶୀମାନେ ତାକୁ ଅନୁସରଣ କରନ୍ତୁ ଏବଂ ଚୀନ୍‌ଠାରୁ ଦୂରରେ ରୁହନ୍ତୁ। ଗ୍ଲୋବାଲ ଟାଇମ୍ସ କହିଛି, ଭାରତ ଏହା ଚିନ୍ତା କରିବା ଉଚିତ ଯେ ଦକ୍ଷିଣ ଏସିଆ ଦେଶମାନଙ୍କ ମଧ୍ୟରେ ଚୀନ୍‌କୁ ଅଣଦେଖା କରାଯାଇପାରିବ ନାହିଁ।

ସୂଚନାଯୋଗ୍ୟ, ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଏବେ ଚୀନ ଗସ୍ତରେ ଅଛନ୍ତି। ଏହା ପୂର୍ବରୁ ମାଳଦ୍ବୀପର ଅନ୍ୟ ରାଷ୍ଟ୍ରପତିମାନେ ନିଜ ପ୍ରଥମ ବିଦେଶ ଯାତ୍ରା ଭାବେ ଭାରତ ଆସୁଥିଲେ। ଏହାକୁ ନେଇ ଭାରତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଚୀନ୍‌ ବରଦାସ୍ତ କରିପାରିନାହିଁ। ବିଶ୍ଳେଷଣକାରୀଙ୍କ ଜରିଆରେ ଗ୍ଲୋବାଲ ଟାଇମ୍ସ କହିଛି ଯେ, ମୁଇଜ୍ଜୁଙ୍କ ଗସ୍ତକୁ ଚୀନ୍‌ ସମର୍ଥକ ବୋଲି ବର୍ଣ୍ଣନା କରିବା କିଛି ଭାରତୀୟ ନେତାଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଅଭାବକୁ ଦର୍ଶାଉଛି। ଏହି ଅଞ୍ଚଳରେ ଚୀନ୍ ସହ ପ୍ରତିଦ୍ବନ୍ଦ୍ବିତାର ବାହାନା କରି ଭାରତ ନିଜ ପଡ଼ୋଶୀ ଦେଶମାନଙ୍କ ସହ ତିକ୍ତ ସମ୍ପର୍କ ପାଇଁ ଚୀନ୍‌ ଉପରେ ଦୋଷ ଲଦିବା ଉଚିତ ନୁହେଁ। ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଚୀନ୍ କହିଛି ଯେ, ସେ ମାଳଦ୍ୱୀପକୁ ଭାରତଠାରୁ ଦୂରେଇ ରହିବାକୁ କେବେ କହିନାହିଁ। ସେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କକୁ ନିଜ ପାଇଁ ବିପଦ ଭାବେ ମଧ୍ୟ ଦେଖେନାହିଁ।

- Advertisement -

ଖବରକାଗଜ ଲେଖିଛି ଯେ, ଭାରତ ଏବଂ ମାଳଦ୍ୱୀପ ସହ ତ୍ରିପାକ୍ଷିକ ସହଯୋଗ ପାଇଁ ଚୀନ୍ ଇଚ୍ଛୁକ। ଭାରତ ଖୋଲା ମନ ସହିତ ଚିନ୍ତା କରିବା ଉଚିତ୍। ଭାରତ ଭାବୁଛି ଯେ, ତା’ର ପ୍ରଭାବ ଏହି ଅଞ୍ଚଳରେ ରହିବା ଉଚିତ୍। ମାଳଦ୍ୱୀପ ଏବଂ ଅନ୍ୟ ପଡ଼ୋଶୀମାନେ ତାକୁ ଅନୁସରଣ କରନ୍ତୁ ଏବଂ ଚୀନ୍‌ଠାରୁ ଦୂରେଇ ରୁହନ୍ତୁ। ଗ୍ଲୋବାଲ ଟାଇମ୍ସ କହିଛି, ଭାରତ ଏହା ଚିନ୍ତା କରିବା ଉଚିତ ଯେ ଦକ୍ଷିଣ ଏସିଆ ଦେଶମାନଙ୍କ ମଧ୍ୟରେ ଚୀନ୍‌କୁ ଅଣଦେଖା କରାଯାଇପାରିବ ନାହିଁ।

ଫୁଡନ୍ ବିଶ୍ୱବିଦ୍ୟାଳୟର ଦକ୍ଷିଣ ଏସିଆ ଅଧ୍ୟୟନ ସେଣ୍ଟରର ଉପ ନିର୍ଦେଶକ ଲିନ ମିନୱାଙ୍ଗଙ୍କ ଜରିଆରେ ଗ୍ଲୋବାଲ ଟାଇମ୍ସ ଲେଖିଛି, ମୁଇଜ୍ଜୁ ଚୀନ୍ ଏବଂ ଭାରତ ମଧ୍ୟରେ କାହାରି ପକ୍ଷ ନେଉନାହାନ୍ତି। ତାଙ୍କୁ ଏପରି କରିବାର ଆବଶ୍ୟକତା ମଧ୍ୟ ନାହିଁ। ବାସ୍ତବରେ ସେ ତାଙ୍କ ଦେଶର ହିତକୁ ପ୍ରାଥମିକତା ଦେଉଛନ୍ତି। ଭାରତ ତାଙ୍କୁ ଚୀନ୍‌ ସମର୍ଥକ ବୋଲି କହି ମୁଇଜ୍ଜୁଙ୍କ ଉପରେ ଚାପ ପକାଇବାକୁ ଚାହୁଁଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories