ତିବ୍‍ବତରେ ଚୀନ ସେନାର ସମରାଭ୍ୟାସ

0

ବେଜିଂ : ଚୀନ ସେନାର ସ୍ୱତନ୍ତ୍ର ବାହିନୀ ତିବ୍‍ବତରେ ସମରାଭ୍ୟାସ କରିଛି। ଶୁକ୍ରବାର ଚୀନ ରାଷ୍ଟ୍ରାୟତ୍ତ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚୀନ ସେନା ଲଢୁଆ ଜ୍ଞାନ କୌଶଳର ଅଭ୍ୟାସ କରିଛି। ଅଭ୍ୟାସ ସମୟରେ ଉଚ୍ଚ ପାର୍ବତ୍ୟ ଉପତ୍ୟକାରେ ହେଲିକପ୍ଟର ଉଡାଣର କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା। ସେହିପରି ଶତ୍ର ସୈନିକଙ୍କ ଅନୁପ୍ରବେଶକୁ ପ୍ରତିହତ କରିବା ବାବଦରେ ଶିକ୍ଷା ଦିଆଯାଇଥିଲା। ୧୫ଦିନ ମଧ୍ୟରେ ଚୀନ ସେନାର ଏହା ଦ୍ୱିତୀୟ ସମରାଭ୍ୟାସ। ଏହା ପୂର୍ବରୁ ଜୁନ୍‍ ୨୯ରେ ଚୀନ ସେନା ତିବ୍‍ବତରେ ସମରାଭ୍ୟାସ କରିଥିବାର ରିପୋର୍ଟ ପ୍ରକାଶ ପାଇଥିଲା। ଚୀନ ସେନାର ଏହି ସମରାଭ୍ୟାସ ଭାରତ ପାଇଁ ଉଦ୍‍ବେଗର ବିଷୟ ହୋଇଛି। କାରଣ ଗତବର୍ଷ ଡୋକଲାମକୁ ନେଇ ଦୁଇ ଦେଶର ସୈନିକ ମୁହାଁମୁହିଁ ହୋଇଥିଲେ। ଏହା ସହିତ ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଶତ୍ରୁତା ଲାଗି ରହିଛି।

Leave A Reply