BJD Bijuli 480×75 Mob

ଚୀନ ଉପରେ ଆର୍ଥିକ ଦଣ୍ଡ ଲଗାଇଲା ଆମେରିକା

BJD Bijuli 480×75 Mob
0

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟାପାର ଗୋପନୀୟତା ଏବଂ ଜ୍ଞାନକୌଶଳ ଚୋରି ଅଭିଯୋଗରେ ଚୀନ ଉପରେ ଆର୍ଥିକ ଦଣ୍ଡ ଲଗାଇଛନ୍ତି । ଆର୍ଥିକ ଦଣ୍ଡ ସ୍ୱରୁପ ଚୀନ ଉପରେ ବାର୍ଷିକ ୬୦ ଶହ କୋଟି ଡଲାରର ଶୁଳ୍କ ଲଗାଯାଇଛି । ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛନ୍ତି ଯେ ଚୀନ ବ୍ୟାପାର ଗୋପନୀୟତା ଏବଂ ଜ୍ଞାନକୌଶଳ ଚୋରି କରି ଆମେରିକୀୟ କମ୍ପାନୀଗୁଡ଼ିକର ଶହ ଶହ କୋଟିର ଆୟ ସହ ହଜାର ହଜାର ନିଯୁକ୍ତିକୁ ନଷ୍ଟ କରିଦେଇଛି। ଟ୍ରମ୍ପ ହ୍ୱାଇଟ ହାଉସର ରାଜନୈତିକ କକ୍ଷରେ ଗୁରୁବାର ଚୀନ ଉପରେ ଲଗାଯାଇଥିବା ଆର୍ଥିକ ଦଣ୍ଡ ବିଷୟରେ ଘୋଷଣା କରିଥିଲେ। ଆମେରିକାର ଏହି ପଦକ୍ଷେପ ଦ୍ୱାରା ବିଶ୍ୱ ବଜାରରେ ବ୍ୟାପାର ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ଆମେରିକାର ସବୁଠୁ ବଡ଼ ଆର୍ଥିକ ପ୍ରତିଦ୍ୱନ୍ଦୀ ଭାବେ ଚୀନ ଉଭା ହୋଇଛି । ଚୀନ ବିରୋଧରେ ଆମେରିକାର ଏହା ସବୁଠୁ ବଡ଼ ଆକ୍ରାମଣାତ୍ମକ ପଦକ୍ଷେପ ବୋଲି କୁହାଯାଇଛି । ଚୀନ ବିରୋଧରେ ଆମେରିକା ବୈଦ୍ଧିକ ସମ୍ପତ୍ତି ଚୋରି ମାମଲା କରିବ ବୋଲି ହ୍ୱାଇଟ ହାଉସ ମୁଖପାତ୍ର ରାଜ ଶାହା ପ୍ରକାଶ କରିଛନ୍ତି । ଅଭିଯୋଗ ହୋଇଛି ଯେ ଚୀନ ସରକାରୀ କମ୍ପାନୀ ସହ ବୈଦ୍ଧିକ ସମ୍ପତ୍ତିର ବୁଝାମଣା କରିବା ପାଇଁ ଚୀନ ସରକାର ସେଠାରେ ଥିବା ଆମେରିକୀୟ କମ୍ପାନୀଗୁଡ଼ିକ ଉପରେ ଚାପ ପକାଉଛି। ଏଥିରେ ଜୋତାଠୁ ଆରମ୍ଭ କରି ବୈଦ୍ୟୁତିକ ଉପକରଣ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଆମେରିକୀୟ କମ୍ପାନୀଙ୍କ ଉପରେ ଏପରି ଚାପ ପକାଯାଉଥିବା ଅଭିଯୋଗ ହୋଇଛି। ଏହାସହ ଚୀନର ମହତ୍ୱକାଂକ୍ଷୀ ଉଦୌଗିକ ନୀତିକୁ ରୋକିବା ପାଇଁ ଚୀନ ନିବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଟ୍ରମ୍ପ ନିଜ ଅର୍ଥ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି । ନିଜ ନିର୍ବାଚନୀ ପ୍ରଚାର ବେଳେ ଟ୍ରମ୍ପ ଚୀନକୁ ଆର୍ଥିକ ଶତ୍ରୁ ବୋଲି ଦର୍ଶାଇଥିଲେ ।

Leave A Reply