ଆକାଶ ମଝିରେ ବିମାନ ବାହରକୁ ଚାଲିଗଲେ ପାଇଲଟ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୧୯ ଯାତ୍ରୀ

0

 

ବେଜିଂ:  ସୁଚିୟାନ ଏୟାରଲାଇନ୍ସର୍‍ ଏକ ବିମାନ ଉଡାଣ ଭରିବାର ଏକ ଘଣ୍ଟା ମଧ୍ୟରେ ବଡ ଦୁର୍ଘଟଣାରୁ ବଞ୍ଚିଯାଇଛି।ହଠାତ୍‍ ଜୋର ପବନ ବହିବାରୁ  ବିମାନ ର କକ୍‍ପିଟରେ ଥିବା ପାଇଲଟ ବିମାନ ବହାରକୁ ଚାଲିଯାଇଥିଲେ , ମାତ୍ର ସୌଭାଗ୍ୟବଶତଃ ସେ ବିମାନର ଝରକା କବାଟକୁ ଧରି ପକାଇଥିଲେ ।  ଜୋର ପବନ ବହିବା କାରଣରୁ ପ୍ରଥମେ ଏକ ଝରକାର କାଚ ଭାଙ୍ଗିଯାଇଥିଲା । ଏଥିଯୋଗୁଁ ପ୍ରବଳ ବେଗରେ ପବନ ବିମାନ ଭିତରକୁ ପଶିଥିଲା ।  ଏଥିଯୋଗୁଁ   କ୍ୟାବିନ୍‍ ମଧ୍ୟରେଥିବା ଖାଦ୍ୟପଦାର୍ଥ ପବନରେ ବାହାରକୁ ଉଡିଯାଇଥିଲା। ଅନ୍ୟ ପାଇଲଟ୍‍ ମାନେ ନିଜର ସିଟ୍‍ ବେଲ୍ଟ ପିନ୍ଧିଥିବାରୁ  ଏଥିରୁ ବର୍ତ୍ତିଯାଇଥିଲେ । ଏହି ପାଇଲଟ ଜଣଙ୍କ ସିଟ୍ ବେଲ୍ଟ ପିନ୍ଧି ନଥିଲେ ।

ଆକାଶ ମଝିରେ ଏପରି ଘଟଣା ଘଟିବାର ୨୦ମିନିଟ୍‍ ମଧ୍ୟରେ ପାଇଲଟମାନେ ସୁରକ୍ଷିତ ଭାବେ  ବିମାନକୁ ଅବତରଣ  କରାଇଥିଲେ । ଏହି ସମୟରେ ବିମାନରେ ୧୧୯ ଜଣ ଯାତ୍ରୀ ଥିଲେ।  ୨୯ଜଣ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାକୁ  ପଠାଯାଇଥିଲା। ଆହତ ପାଇଲଟ୍‍ଙ୍କର ଅଣ୍ଟାରେ ଆଘାତ ଲାଗିଛି।ଏବେ ସେ ଚିକିତ୍ସାଧୀନ ଅଛନ୍ତି ।

Leave A Reply