www.samajalive.in
Saturday, December 13, 2025
21.1 C
Bhubaneswar

୪ରୁ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ବର : ଚିଲିକା ହ୍ରଦ ଓ ଏହାର ଆଖପାଖ ଅଞ୍ଚଳରେ ୨୦୨୦ ଜାନୁଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ପକ୍ଷୀସଂଖ୍ୟା ଗଣନା କରାଯିବ। ପକ୍ଷୀ ଗଣନା ପରେ ବଦଳିବ ପକ୍ଷୀ ଆଟଲାସର କାୟାକଳ୍ପ। ପୂର୍ବରୁ ରହିଥିବା ୨୨୪ ପକ୍ଷୀଙ୍କ ସମେତ ନୂତନଭାବେ ଚିହ୍ନିତ ପକ୍ଷୀ ପ୍ରଜାତିଙ୍କୁ ନେଇ ନୂଆ ପକ୍ଷୀ ଆଟଲାସ ଆତ୍ମପ୍ରକାଶ କରିବ ବୋଲି ଚିଲିକା ଉନ୍ନୟନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଧିକରଣର ସହକାରୀ ବନ୍ୟ ସଂରକ୍ଷକ ଡ. ଫଣିନ୍ଦ୍ର କୁମାର ନନ୍ଦଙ୍କ ସୂଚନା ଅନୁସାରେ ପକ୍ଷୀ ସଂଖ୍ୟା ଗଣନା ନେଇ ୨୭ଟି ଦଳ ଗଠନ କରାଯାଇଛି।
ପ୍ରତି ଦଳରେ ୪ରୁ ୬ ଜଣ ଲେଖାଏଁ ଗଣନାକାରୀ, ୨ଜଣ ବିଶେଷଜ୍ଞ ଏବଂ କିଛି ସହଯୋଗୀଙ୍କୁ ସାମିଲ କରାଯାଇଛି। ଏମାନେ ଚିଲିକା ହ୍ରଦ ଅନ୍ତର୍ଗତ ବିଭିନ୍ନ କ୍ଷେତ୍ରରେ ଉପସ୍ଥିତ ପକ୍ଷୀଙ୍କ ମଧ୍ୟରେ ନୂତନ ପକ୍ଷୀ ପ୍ରଜାତି ମଧ୍ୟ ଚିହ୍ନଟ କରିବେ। ତେବେ ଗତବର୍ଷ ୫ଟି ନୂତନ ପକ୍ଷୀ ଚିହ୍ନଟ କରାଯାଇଥିଲା। ଏଗୁଡ଼ିକ ହେଲା ଗ୍ଲସି ଆଇବ୍ଲିସ, କମନ ରୋଜ ପିଞ୍ଚ, ରିଭର ଲାପିଂ, ସାଇବେରିଆନ ରୁବି ଥ୍ରୋଟ ଏବଂ ବ୍ଲୁ ରଫସ। ପ୍ରାଧିକରଣ ପକ୍ଷରୁ ପ୍ରକାଶିତ ଆଟଲାସରେ ଏମାନଙ୍କୁ ଚଳିତଥର ନୂତନ ଭାବେ ସାମିଲ କରାଯିବ। ପକ୍ଷୀଗଣନା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ​‌େ​‌ସ ସୂଚନା ଦେଇଛନ୍ତି।୪ରୁ ଚିଲିକାରେ ପକ୍ଷୀ ଗଣନା
ଭୁବନେଶ୍ବର, ୨୩ା୧୨ (ନି.ପ୍ର): ଚିଲିକା ହ୍ରଦ ଓ ଏହାର ଆଖପାଖ ଅଞ୍ଚଳରେ ୨୦୨୦ ଜାନୁଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ପକ୍ଷୀସଂଖ୍ୟା ଗଣନା କରାଯିବ। ପକ୍ଷୀ ଗଣନା ପରେ ବଦଳିବ ପକ୍ଷୀ ଆଟଲାସର କାୟାକଳ୍ପ। ପୂର୍ବରୁ ରହିଥିବା ୨୨୪ ପକ୍ଷୀଙ୍କ ସମେତ ନୂତନଭାବେ ଚିହ୍ନିତ ପକ୍ଷୀ ପ୍ରଜାତିଙ୍କୁ ନେଇ ନୂଆ ପକ୍ଷୀ ଆଟଲାସ ଆତ୍ମପ୍ରକାଶ କରିବ ବୋଲି ଚିଲିକା ଉନ୍ନୟନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଧିକରଣର ସହକାରୀ ବନ୍ୟ ସଂରକ୍ଷକ ଡ. ଫଣିନ୍ଦ୍ର କୁମାର ନନ୍ଦଙ୍କ ସୂଚନା ଅନୁସାରେ ପକ୍ଷୀ ସଂଖ୍ୟା ଗଣନା ନେଇ ୨୭ଟି ଦଳ ଗଠନ କରାଯାଇଛି।
ପ୍ରତି ଦଳରେ ୪ରୁ ୬ ଜଣ ଲେଖାଏଁ ଗଣନାକାରୀ, ୨ଜଣ ବିଶେଷଜ୍ଞ ଏବଂ କିଛି ସହଯୋଗୀଙ୍କୁ ସାମିଲ କରାଯାଇଛି। ଏମାନେ ଚିଲିକା ହ୍ରଦ ଅନ୍ତର୍ଗତ ବିଭିନ୍ନ କ୍ଷେତ୍ରରେ ଉପସ୍ଥିତ ପକ୍ଷୀଙ୍କ ମଧ୍ୟରେ ନୂତନ ପକ୍ଷୀ ପ୍ରଜାତି ମଧ୍ୟ ଚିହ୍ନଟ କରିବେ। ତେବେ ଗତବର୍ଷ ୫ଟି ନୂତନ ପକ୍ଷୀ ଚିହ୍ନଟ କରାଯାଇଥିଲା। ଏଗୁଡ଼ିକ ହେଲା ଗ୍ଲସି ଆଇବ୍ଲିସ, କମନ ରୋଜ ପିଞ୍ଚ, ରିଭର ଲାପିଂ, ସାଇବେରିଆନ ରୁବି ଥ୍ରୋଟ ଏବଂ ବ୍ଲୁ ରଫସ। ପ୍ରାଧିକରଣ ପକ୍ଷରୁ ପ୍ରକାଶିତ ଆଟଲାସରେ ଏମାନଙ୍କୁ ଚଳିତଥର ନୂତନ ଭାବେ ସାମିଲ କରାଯିବ। ପକ୍ଷୀଗଣନା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେ‌ ସୂଚନା ଦେଇଛନ୍ତି ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories