ଭଲ ପାଠ ପଢିବା ସହ ଉତ୍ତମ ଚରିତ୍ର ଗଠନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ
ବ୍ଲକ ସ୍ତରୀୟ ଶିଶୁ ମେଳା ଗିଲିରି ଫୁଲ ଉଦଯାପିତ
ପାଟଣା : ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପିକକ୍ ପକ୍ଷରୁ ପାଟଣା ବ୍ଲକ ସ୍ତରୀୟ ଶିଶୁ ମେଳା ଗିଲିରି ଫୁଲ ଆଜି ଏହି ବ୍ଲକ ଅନ୍ତର୍ଗତ ମାଧପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଡ଼ ପାଟଣା ସରପଞ୍ଚ ବିନତି ବାନରା, ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କୋଷାଧ୍ୟକ୍ଷା ରତ୍ନା ଦାସ ,ମାଧପୁର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ହିମାଦ୍ରୀତନୟା ସେଠୀ ଓ ଶିକ୍ଷକ ଯଶୋବନ୍ତ ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ମନ ଲଗାଇ ଭଲ ପାଠ ପଢିବା ସହ ଉତ୍ତମ ଚରିତ୍ର ଗଠନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
ନଭେମ୍ବର ୧୪ ଶିଶୁ ଦିବସରୁ ଏକ ସପ୍ତାହ ଧରି ଆରମ୍ଭ ହୋଇଥିବା ଏହି ଶିଶୁ ମେଳାରେ ଶିଶୁ ମାନଙ୍କୁ ନେଇ ନାଚ,ଗୀତ,ବକ୍ତୃତା ,ଚିତ୍ରାଙ୍କନ ଓ ଖେଳ ଆଦି ଅନୁଷ୍ଠିତ ହୋଇଥିଲା । ଆଜି ଉଦଯାପନି ଉତ୍ସଵ ରେ କୃତୀ ପ୍ରତିଯୋଗି ଛାତ୍ରଛାତ୍ରୀଙ୍କୁ ଅତିଥି ଗଣଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମ କୁ ପିକକ୍ ର ସଂଯୋଜକ ସତ୍ୟ ନାରାୟଣ ମହାନ୍ତଙ୍କ ସହ ଗୋବିନ୍ଦ ଚନ୍ଦ୍ର ମୁଣ୍ଡା, ପରୀକ୍ଷିତ ସେଠୀ, ଦ୍ରୋପଦୀ ବେଜ ପ୍ରମୁଖ ପରିଚାଳନା କରିଥିଲେ । ଉଦଯାପନ ଦିବସରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Comments are closed.