www.samajalive.in
Sunday, December 14, 2025
19.1 C
Bhubaneswar

କୂଅରେ ପଡି ଶିଶୁ ମୃତ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଭାଲିଆଡିହା ଗ୍ରାମର ବିଲ ମଧ୍ୟରେ ଥିବା ଏକ କୂଅ ମଧ୍ୟରେ ଖସି ପଡି ସୋମବାର ଜନୈକ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ଖୁଣ୍ଟା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ ଶିଶୁ ଜଣକ ଖୁଣ୍ଟା ବ୍ଲକର ଗୟଳମରା ଗ୍ରାମର ସାଗ୍ରାମ ବାସ୍କେଙ୍କ ପୁଅ ଚମ୍ପେଇ ବାସ୍କେ(୬)। ଚମ୍ପେଇ ସୋମବାର ସକାଳେ ପରିବାର ଲୋକଙ୍କ ସହ ମାମୁଁ ଘର ଭାଲିଆଡିହା ଗ୍ରାମକୁ ଯାଇଥିଲା। ସେଠାରେ ଅନ୍ୟ ପିଲାଙ୍କ ସହିତ କିଛି ସମୟ ଖେଳାଖେଳି କରିବା ଭିତରେ ଚମ୍ପେଇ ସେଠାରେ ନଥିବା ଦେଖି ସମ୍ପର୍କୀୟମାନେ ତାକୁ ଖୋଜିଥିଲେ। ଖୋଜା ଖୋଜି ସମୟରେ ସକାଳ ପ୍ରାୟ ୯ଟାରେ ଘର ନିକଟ ବିଲ ମଧ୍ୟରେ ଥିବା ଏକ କୂଅରେ ପଡି ଚମ୍ପେଇ ମୃତ୍ୟୁ ବରଣ କରିଥିବା ଦେଖିଥିଲେ ଓ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପ୍ରାଥମିକ ତଦନ୍ତ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶିଶୁଟିର ମୃତ୍ୟୁକୁ ନେଇ ଉଭୟ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories