www.samajalive.in
Sunday, December 14, 2025
26.1 C
Bhubaneswar

ଆଖଣ୍ଡଳମଣି ମନ୍ଦିରରେ ସେବାୟତଙ୍କୁ ମାଡ ମାରିଲା ପୁଲିସ

ଆରଡି: ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୈନଦିନ ନୀତିକାନ୍ତି ସହ ସୋମବାର ଗଣେଷପୂଜା ନିମନ୍ତେ ସମସ୍ତ ନୀତି ଚାଲିଥିବା ସମୟରେ ସକାଳ ୧୦ଟା ସମୟରେ ମଣିବାବାଙ୍କ ପଅଡଖିଆ ଅନ୍ନନୀତି ଭୋଗ ଲାଗି ହେଉଥିବା ସମୟରେ ମନ୍ଦିରର ସେବାୟତ ସଂଜୟ ପଣ୍ଡା ତାଙ୍କର ଶ୍ରଦ୍ଧାଳୁଙ୍କର ଭୋଗ ଲାଗି କରି ମନ୍ଦିର ମଧ୍ୟରୁ ଫେରୁଥିବା ସମୟରେ ଆରଡି ଫାଣ୍ଡିର କନେଷ୍ଟବଳ ମୋହନ ପୁହାଣ ସେବାୟତ ସଂଜୟଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ସିଧାସଳଖ ହାତ ଥିବା ଅଭିଯୋଗ ହୋଇଥିଲା। କେହିକିଛି ବୁଝିବା ଆଗରୁ ଉକ୍ତ କନେଷ୍ଟବଳ ଜଣକ କାହାରି କଥା ନଶୁଣି ସାଧା ପୋଷାକ ରହି ଉକ୍ତ ସେବାୟତଙ୍କ ଉପରେ ଆର୍କମଣ କରିଥିଲେ ସେଠାରେ ଉପସ୍ଥିତ ଥିବା କିଛି ସେବାୟତ ହସ୍ତକ୍ଷପ କରିବା ପରେ ଜୈନିକ କନେଷ୍ଟବଳ ମୋହନ ଘଟଣାସ୍ଥଳରୁ ଛାଡି ପଳାଇଥିଲେ। ଯାହାକୁନେଇ ମନ୍ଦିର ମଧ୍ୟରେ ସେବାୟତଙ୍କ ମଧ୍ୟରେ ଦୀର୍ଘସମୟ ଧରି ଉତ୍ତେଜନା ପ୍ରକାଶ ପାଇବା ସହ ମନ୍ଦିରର ସେବାପୂଜା ଆଦି ବନ୍ଦ କରିଦେଇଥିଲେ। ଏହି ଘଟଣାର ଭଦ୍ରକ ଜିଲାପାଳ ଜ୍ଞାନ ଦାସ, ମନ୍ଦିର ଟ୍ରଷ୍ଟି ତଥା ଉପ-ଜିଲାପାଳ ପିତାମ୍ବର ସାମଲ ଖବର ପାଇବା ଘଟଣାର ତଦନ୍ତ କରିବା ପାଇଁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଆରକ୍ଷୀଅଧିକ୍ଷକଙ୍କ ନିର୍ଦେଶ ଅନୁଯାୟୀ ଧୁଷୁରୀ ଥାନାଅଧିକାରୀ ଘଟଣାସ୍ଥଳରେ ପହଁଚି ସେବାୟତମାନଙ୍କ ସହ ଆଲୋଚନା କରିବା ସହ ଜୈନିକ କନେଷ୍ଟବଳ ମୋହନ ପୁହାଣଙ୍କୁ ଅନ୍ୟତ୍ର ବଦଳି କରିଥିଲେ। ଏପରିକି ଆସନ୍ତା ୨ରୁ ୩ଦିନ ମଧ୍ୟରେ ଘଟଣାର ସମ୍ପୁର୍ଣ୍ଣ ତଦନ୍ତ କରିବା ପରେ ଜୈନିକ କନେଷ୍ଟବଳଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଅଧିକାରୀ ପ୍ରକାଶ କରିବା ପରେ ସେବାୟତମାନେ ମନ୍ଦିର ସେବାପୂଜା ପୂର୍ବପରି ଚାଲୁ ରଖିଥିଲେ

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories