ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରୁ ଶିଶୁଶ୍ରମିକ ଉଦ୍ଧାର

0

ଭୁବନେଶ୍ୱର: ଶିଶୁଙ୍କ ଅଧିକାର ଦାୟିତ୍ୱରେ ଥିବା ଜଣେ ସରକାରୀ ଅଧିକାରୀଙ୍କ ଘରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ସେଠାରେ ଘର କାମ ପାଇଁ ରଖାଯାଇଥିବା ଅଭିଯୋଗ ହୋଇଛି।
ପୁଲିସ୍‍ ସୂଚନା ଅନୁଯାୟୀ, ଅନୁଗୁଳ ଡିସିପିୟୁ ଚାଇଲ୍ଡ ପ୍ରୋଟେକ୍‍ସନ୍‍ ଅଫିସର ଅନୁରାଧା ନାୟକଙ୍କ ଘରେ ଜଣେ ୮ ବର୍ଷର ଝିଅକୁ ଗତ କିଛି ମାସ ହେଲା ଘର କାମ ପାଇଁ ରଖାଯାଇଥିବା ସୂଚନା ମିଳିଥିଲା। ଅନୁରାଧା ଝିଅଟିକୁ ଘର କାମ ସହିତ ତାଙ୍କ ସନ୍ତାନର ଯତ୍ନ ନେବା ଓ ରାତିରେ ସ୍ୱାମୀଙ୍କ ଗୋଡ଼ ଘସାମୋଡ଼ା କରିବାରେ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ଝିଅଟି ରଜରେ ନିଜ ଗାଁକୁ ଯାଇଥିଲା। ସେଠାରୁ ଫେରୁଥିବା ବେଳେ ଚାଇଲ୍ଡ ଲାଇନ୍‍ ଓ ରେଳବାଇ ପୁଲିସ୍‍ ତାକୁ ଭୁବନେଶ୍ୱର ଷ୍ଟେସନ୍‍ରୁ ଉଦ୍ଧାର କରାଯାଇଛି।

Leave A Reply