ମା’ କୋଳରୁ ଭିନ୍ନକ୍ଷମ ଶିଶୁକୁ ଅଲଗା କଲା ଆମେରିକା

0

ୱାଶିଂଟନ୍‍ : ମେକ୍ସିକୋରୁ ଆମେରିକାରେ ଅନୁପ୍ରବେଶ କରିଥିବା ଜଣେ ଭାରତୀୟ ମହିଳାଙ୍କ କୋଳରୁ ତାଙ୍କ ଭିନ୍ନକ୍ଷମ ପୁଅକୁ ଛଡାଇ ନେଇଛି ଟ୍ରମ୍ପ ପ୍ରଶାସନ । ଭାବନା ପଟେଲ ନାମ୍ନୀ ୩୩ ବର୍ଷ ବୟସ୍କା ଏହି ମହିଳା ମେକ୍ସିକୋରୁ ବେଆଇନ ଭାବେ ଆମେରିକା ସୀମା ଅତିକ୍ରମ କରିଥିଲେ। ସାଙ୍ଗରେ ତାଙ୍କର ୫ ବର୍ଷ ବୟସ୍କ ଭିନ୍ନକ୍ଷମ ଶିଶୁଟିଏ ଥିଲା। ମାତ୍ର ଅନୁପ୍ରବେଶକାରୀଙ୍କ ପ୍ରତି ‘ଜିରୋ ଟଲରାନ୍ସ (ଶୂନ୍ୟ ସହନଶୀଳତା)’ ନୀତି ଅବଲମ୍ବନ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନିକ ଅଧିକାରୀମାନେ ଭାବନାଙ୍କ ପ୍ରତି କୌଣସି ଅନୁକମ୍ପା ପ୍ରଦର୍ଶନ କରି ନ ଥିଲେ। ତୁରନ୍ତ ଭାବନାଙ୍କୁ ଗିରଫ କରିବା ସହ ତାଙ୍କ କୋଳରୁ ଶିଶୁଟିକୁ ଛଡାଇ ନେଇ ସୀମାରେ ଥିବା ଶିବିରରେ ଛାଡିଦେଇଥିଲେ। ପରେ ଆରିଜୋନା କୋର୍ଟ ଭାବନାଙ୍କୁ ୩୦,୦୦୦ ଆମେରିକୀୟ ଡଲାର ଜୋରିମାନା ବଦଳରେ ଛାଡିବାକୁ ଅନୁମତି ଦେଇଥିଲେ। କୌଣସି ଭାରତୀୟ ଆମେରିକାର ଜିରୋ ଟଲରାନ୍ସ ନୀତିର ଶିକାର ହେବାର ଏହା ପ୍ରଥମ ଘଟଣା ବୋଲି ୱାଶିଂଟନ୍‍ ପୋଷ୍ଟ ଉଲ୍ଲେଖ କରିିଛି। ଭାବନାଙ୍କୁ କେବେ ଗିରଫ କରାଯାଇଥିଲା ଏବଂ ସେ ତାଙ୍କ ପୁଅକୁ ଫେରିପାଇଛନ୍ତି କି ନାହିଁ ସେ ବିଷୟରେ କିଛି ସୂଚନା ଦିଆଯାଇନାହିଁ। ଏଯାବତ୍‍ ଆମେରିକୀୟ ଅଧିକାରୀମାନେ ଗିରଫ ଅନୁପ୍ରବେଶକାରୀ ମାତା ପିତାଙ୍କଠାରୁ ୨,୩୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କୁ ପୃଥକ୍‍ କରି ଶିବରରେ ରଖିଛନ୍ତି। ତୀବ୍ର ବିରୋଧ ପରେ ଏହି ପଦକ୍ଷେପ ବନ୍ଦ କରିବାକୁ ଟ୍ରମ୍ପ ସରକାରୀ ଭାବେ ନିଷ୍ପତ୍ତି ନେଇଥିଲେ।

kalyan agarbati
Leave A Reply