BJD Bijuli 480×75 Mob

ଅଟୋ ସହ ବାଲି ବୋଝେଇ ଟିପର ଧକ୍କା ଜଣେ ମହିଳା ମୃତ- ତିନି ଗୁରୁତର

BJD Bijuli 480×75 Mob

 

ଚିକିଟି – ରବିବାର ଅପରାହ୍ନରେ ଗୋଲନ୍ଥରା ଥାନା ଅନ୍ତର୍ଗତ ତୁଳୁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ତିନି ଜଣ ଗୁରୁତର ହୋଇଥିବା ଖବର ମିଳିଛି |

ସୁରଳ ଗ୍ରାମର ତିନି ଜଣ ମହିଳା ମାଛ ବିକି ସାରି ତୁଳୁ ଗ୍ରାମରୁ ସୁରଳ ଫେରୁଥିବା ବେଳେ ତୁଳୁ ଗ୍ରାମ ନିକଟରେ ସେମାନେ ଯାଉଥିବା ଅଟୋକୁ ବାଲି ବୋଠେଇ ଟିପର ଧକ୍କା ଦେଇଥିଲା । । ଅଟୋକୁ ବେଳେ ଏକ ବାଲି ବୋଝେଇ ଟିପର ସାମ୍ନା ପଟୁ ଶକ୍ତ ଧକ୍କା ଦେଇଥିଲା | ଫଳରେ ତିଲୋତ୍ତମା ବେହେରା(୩୫)ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚମ୍ପା ବେହେରା, ପଦ୍ମା ବେହେରା ଓ ଅଟୋ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା |ଅବସ୍ଥା ଗୁରୁତର ହେବାରୁ ପଦ୍ମା ବେହେରା ଓ ଅଟୋ ଡ୍ରାଇଭରକୁ କଟକ ସ୍ଥାନାନ୍ତର କରାଯାଇଛି |ଘଟଣା ସ୍ଥଳରେ ଗୋଳନ୍ଥରା ପୁଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ତଦନ୍ତ ଚଳାଇଛି

Comments are closed.