www.samajalive.in
Wednesday, December 10, 2025
16.1 C
Bhubaneswar

ରେଷ୍ଟୁରାଣ୍ଟ ମସଲା ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ଅଦା ରସୁଣ ବଟା – ୨ଚାମଚ
ଲେମ୍ବୁ ରସ – ୧ ଚାମଚ
ଭିନେଗାର – ଅଳ୍ପ
ଧନିଆ ଗୁଣ୍ଡ – ୧ଚାମଚ
ଜିରା ଗୁଣ୍ଡ – ୧ ଚାମଚ
ଗୋଟା ଜିରା – ଅଳ୍ପ
ଲଙ୍କା ଗୁଣ୍ଡ – ୧ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
ବଟର – ୨ଚାମଚ
କଟା ଅଦା – ଅଳ୍ପ
କଞ୍ଚା ଲଙ୍କା – ୨ଟି
ପେଷା ଟମାଟୋ – ୨ଟି
ଚିନି – ଅଳ୍ପ
କ୍ରିମ – ଅଳ୍ପ
ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା ରସୁଣ ବଟା, ଭିନେଗାର, ଲେମ୍ବୁ ରସ, ପକାଇ ଭଲ ଭାବେ ଗୋଳାଇ ରଖି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇ ଗରମ ହେବା ପରେ ଏଥିରେ ବଟର ପକାନ୍ତୁ। ଏବେ ଏଥିରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ଅଦା ପକାଇ ଗୋଳାଇ ଦିଅନ୍ତୁ। ଏଥିରେ ସାମାନ୍ୟ ପାଣି ପକାଇ ଗୋଳାନ୍ତୁ। ଏହା ପରେ ଲୁଣ, କଞ୍ଚା ଲଙ୍କା, ପିଆଜ, ପେଷା ଟମାଟୋ, ସାମାନ୍ୟ ଚିନି ପକାଇ ପୁଣି ଭଲ ଭାବେ ଗୋଳାନ୍ତୁ ଓ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ବଟର ପକାନ୍ତୁ। ବଟର ପକାଇବା ପରେ ଗୋଳାଇ ରଖିଥିବା ଚିକେନକୁ ପକାଇ ଭଲ ଭାବେ ଭାଜନ୍ତୁ। ଚିକେନ ଭଲ ଭାବେ ଭାଜି ହୋଇଗଲେ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ପକାନ୍ତୁ। ମିଶ୍ରଣ ପକାଇବା ପରେ ସାମାନ୍ୟ ପାଣି ପକାଇ କଟା ଧନିଆ ପତ୍ର, ଅଳ୍ପ ବଟର ପକାଇ ୭ ରୁ ୮ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ ରେଷ୍ଟୁରାଣ୍ଟ ମସଲା ଚିକେନ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories