www.samajalive.in
Monday, December 8, 2025
24.1 C
Bhubaneswar

ଡବଲ୍‍ ରୋଲରେ କପିଲ ଶିବଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କପିଲ୍‍ ଶିବଲ୍‍ଙ୍କ ଡବଲ୍‍ ରୋଲ୍‍କୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଦଳର ବରିଷ୍ଠ ସଦସ୍ୟ ଭାବେ ସେ ଯେଉଁ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଭାଷାରେ ସମାଲୋଚନା କରୁଛନ୍ତି ଅଦାଲତରେ ସେହି ବ୍ୟକ୍ତିଙ୍କ ସପକ୍ଷରେ ଓକିଲାତି କରୁଛନ୍ତି। ଏଭଳି ଘଟଣା ସାମନାକୁ ଆସିବା ପରେ ଶିବଲ ଏବେ ଅଡ଼ୁଆରେ ପଡ଼ିଛନ୍ତି।
ଅନିଲ ଅମ୍ବାନିଙ୍କୁ ରାଫେଲ୍‍ ଡିଲ୍‍ ପ୍ରସଙ୍ଗରେ କପିଲ୍‍ କଡ଼ା ଭାଷାରେ ଆକ୍ଷେପ କରୁଥିବା ବେଳେ ସୁପ୍ରିମକୋର୍ଟରେ ରିଲାଏନ୍ସ କମ୍ୟୁନିକେସନର ଅଦାଲତ ଅବମାନନା ମାମଲାରେ ତାଙ୍କ ସପକ୍ଷରେ ଲଢ଼ୁଛନ୍ତି। ୫୫୦ କୋଟି ଅନାଦେୟ ଅଭିଯୋଗରେ ଏରିକସନ୍‍ ଇଣ୍ଡିଆ ଅନିଲ ଅମ୍ବାନୀଙ୍କ ପରିଚାଳନାଧୀନ ରିଲାଏନ୍ସ କମ୍ୟୁନିକେସନ୍‍ ବିରୋଧରେ ମାମଲା ରୁଜୁ କରିଛି। ଅନିଲ୍‍ଙ୍କ ସପକ୍ଷରେ କପିଲ୍‍ ଶିବଲ ଓ ମୁକୁଲ ରୋହତଗୀ ମାମଲା ପରିଚାଳନା କରୁଛନ୍ତି। ଡବଲ୍‍ ରୋଲ୍‍ ଅଭିଯୋଗ ସମ୍ପର୍କରେ କପିଲ୍‍ କହିଛନ୍ତି ଯେ ରାଫେଲ୍‍ ଡିଲ୍‍ ସହିତ ରିଲାଏନ୍ସ କମ୍ୟୁନିକେସନର କୌଣସି ସମ୍ପର୍କ ନାହିଁ। ତାଙ୍କ ପାଇଁ ଅନିଲ୍‍ ଜଣେ କ୍ଲାଏଣ୍ଟ ଏବଂ ସେ ବିଗତ ୨୦ ବର୍ଷ ଧରି ଅନୀଲ୍‍ଙ୍କ ପାଇଁ ବିଭିନ୍ନ ମାମଲାରେ ଓକିଲାତି କରି ଆସୁଛନ୍ତି। ତେଣୁ ଏଥିରେ କୌଣସି ବ୍ୟତିକ୍ରମ ନାହିଁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories