www.samajalive.in
Sunday, December 7, 2025
18.1 C
Bhubaneswar

ଉତ୍ତମ ସମ୍ପର୍କ ସ୍ଥାପନର କିଛି ଟିପ୍ସ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ଏମିତି ଏକ ସାଥୀ ଦରକାର ଯାହାକୁ ସେ ନିଜର ବୋଲି କହିପାରିବ। ଯାହା ସହ ସେ ସୁଖଦୁଃଖ ସବୁ କିଛି ବାଣ୍ଟିପାରିବ। ଶାନ୍ତିର କିଛି ମୁହୂର୍ତ୍ତ ମଧ୍ୟ ବିତାଇ ପାରିବ। କିନ୍ତୁ କଥାରେ ଅଛି ବ୍ୟକ୍ତି ଯାହା ଖୋଜି ଥାଏ ତାହା ତାକୁ ମିଳି ନଥାଏ। ଏମିତି କିଛି କାରଣ ଭଲ ପାଇବା ସମ୍ପର୍କରେ ମଧ୍ୟ ଥାଏ, ଯେଉଁ କାରଣ ଦ୍ୱାରା ଆପଣ ଜୀବନରେ ଏକା ରହିଯାଆନ୍ତି। ଆସନ୍ତୁ ଜାଣିବା ତାର କିଛି କାରଣ ….
ଭଲ ପାଇବାରେ ନିଜ ସାଥୀଙ୍କୁ ସମୟ ଦେବା ନିହାତି ଜରୁରୀ ଅଟେ। ଯଦି ଆପଣଙ୍କ ସାଥୀଙ୍କୁ ଠିକ୍‍ ସମୟ ନ ଦେବେ ତାହେଲେ ସମ୍ପର୍କ କେତେ ଦିନ ତିଷ୍ଠି ରହିବ ତାହା କହିବା ଅସମ୍ଭବ। ସବୁ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ବୁଝାମଣା ଠିକ ରୂପେ ରହିବା ଦରକାର।
ମଣିଷକୁ ଏକା ରହିବାକୁ ଡ଼ର ଲାଗେ। ସେହି ଏକାପଣ ଯଦି ମଣିଷର ଅଭ୍ୟାସ ହୋଇଯାଏ ତେବେ ତାକୁ ଆଉ କାହାର ସାହାର ଦରକାର ହୁଏନି। ଜୀବନରେ ଅନ୍ୟ କାହାର ହସ୍ତକ୍ଷେପ ମଧ୍ୟ ଭଲ ଲାଗେ ନାହିଁ। ଏମିତି ବ୍ୟକ୍ତି ମାନଙ୍କୁ ସାଥୀ କରିବାକୁ ପସନ୍ଦ ହୋଇ ନ ଥାଏ। ତେଣୁ ଏମାନେ ଏକା ରହିଯାଆନ୍ତି।
ଜୀବନର ଲକ୍ଷ୍ୟ ଆମେ ନିଜେ ନିର୍ଦ୍ଧାରିତ କରିଥାଉ। ଲକ୍ଷ୍ୟ ପୂରଣ କରିବାରେ ଆମେ ସର୍ବଦା ତପ୍ତର ହୋଇଥାଉ ଏମିତି କି ଅନ୍ୟମାନଙ୍କ କଥା ମଧ୍ୟ ଭୁଲି ଯାଇଥାଉ। କେହି ହସ୍ତକ୍ଷେପ କଲେ ଚିଡିଥାଉ। ଏମିତି ବ୍ୟକ୍ତିମାନେ କେବେ ହେଲେ ସମ୍ପର୍କରେ ରହି ପାରନ୍ତି ନାହିଁ।
ଆପଣ ଯଦି ପୂର୍ବରୁ କାହା ସହ ସମ୍ପର୍କରେ ଥିଲେ ଆଉ ଆପଣଙ୍କ ସମ୍ପର୍କ ଭାଙ୍ଗି ଯାଇଛି ତେବେ ତାକୁ ଶୀଘ୍ର ଭୁଲି ଯିବା ଦରକାର। ନଚେତ ଜୀବନରେ କେବେ ବି ଆଗକୁ ବଢ଼ିପାରିବେ ନାହିଁ। କାହାକୁ ମଧ୍ୟ ସାଥୀ ରୂପେ ବାଛି ପାରିବେ ନାହିଁ।
ସବୁବେଳେ ନିଜ ଉପରେ ଦୃଢ଼ ବିଶ୍ୱାସ ରହିବା ଦରକାର। ଯେକୌଣସି କାର୍ଯ୍ୟ କଲେ ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟ କରିବା ଉଚିତ। ନିଜ ସମ୍ପର୍କରେ ମଧ୍ୟ ବିଶ୍ୱାସ ରଖି ସାଥୀକୁ ବିଶ୍ୱାସ କରିବା ଦରକାର। ନିଜ ସାଥୀକୁ କୌଣସି କଥା ଲୁଚାନ୍ତୁ ନାହିଁ।
ସମ୍ପର୍କରେ ପରସ୍ପରକୁ ସମ୍ମାନ କରିବା ଅତ୍ୟନ୍ତ ଜରୁରୀ ଅଟେ। ଯେଉଁଠି ସମ୍ମାନ ନାହିଁ ସେଠାରେ ସମ୍ପର୍କ ବେଶୀ ଦିନ ତିଷ୍ଠି ରହି ନଥାଏ। ଯେକୌଣସି ସମ୍ପର୍କରେ ଥିଲେ ମଧ୍ୟ ସମ୍ମାନ କରନ୍ତୁ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories