www.samajalive.in
Sunday, December 7, 2025
26.1 C
Bhubaneswar

ବଟର ଚିକେନ

ଚିକେନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
କଟା ପିଆଜ – ୨ଟି
ଅଦା, ରସୁଣ – ବଟା
ଦହି
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା ଟମାଟୋ – ୨ଟି
କାଜୁ – ୪ରୁ ୫ଟି
ଜିରା ଗୁଣ୍ଡ
ଧନିଆ ଗୁଣ୍ଡ
କସ୍ତୁରୀ ମେଥି
ଗୋଟା ଜିରା
ଗୋଟା – ଗୁଜୁରାତି, ଲବଙ୍ଗ, ଡ଼ାଲଚିନି
ଟମାଟୋ ସସ
ବଟର – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଦହି, ଅଦା, ରସୁଣ ବଟା ଗୋଳାଇ ୩୦ ମିନିଟ ରଖି ଦିଅନ୍ତୁ।ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଳାଇ ରଖିଥିବା ଚିକେନକୁ ପକାଇ ଭଲ ଭାବେ ଭାଜନ୍ତୁୁ। ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। କଡ଼େଇରେ ପୁଣି ତେଲ ଗରମ କରି ଗୋଟା ଜିରା, ଗୁଜୁରାତି, ଲବଙ୍ଗ, କଟା ପିଆଜ, ଅଦା ରସୁଣ ବଟା, ହଳଦୀ, ଲଙ୍କା ଗୁଣ୍ଡ, ଲୁଣ, ପକାଇ ଭଲ ଭାବେ ଘାଣ୍ଟନ୍ତୁ। କିଛି ସମୟ ଘାଣ୍ଟିବା ପରେ ଏଥିରେ ଟମାଟୋ, କସ୍ତୁରୀ ମେଥି, କାଜୁ, କାଶ୍ମୀରି ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ପାଣି ଦେଇ ୩ରୁ ୪ମିନିଟ ଫୁଟାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି ଏହାକୁ ଥଣ୍ଡା କରି ଗ୍ରାଇଣ୍ଡିଙ୍ଗ୍‍ କରନ୍ତୁ ଓ ଏହି ପେଷ୍ଟ୍‍କୁ ଏକ ପାତ୍ରରେ ରଖନ୍ତୁ। ପୁଣି କଡ଼େଇ ବସାଇ ବଟର ପକାନ୍ତୁ।

- Advertisement -

ଏଥିରେ ପ୍ରସ୍ତୁତ କରି ରଖିଥିବା ପେଷ୍ଟକୁ ପକାନ୍ତୁ। ଏହା ପରେ ଲୁଣ, ସାମାନ୍ୟ ଚିନି ,ଟମାଟୋ ସସ ପକାନ୍ତୁ। କିଛି ସମୟ ପରେ ଏଥିରେ ଭଜା ହୋଇରହିଥିବା ଚିକେନକୁ ପକାଇ ୨ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ଚିକେନ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories