www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶା ଖଣିଜବହୁଳ ଅଞ୍ଚଳ ଉନ୍ନୟନ ନିଗମ ଅଧୀନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ତୃଣମୂଳସ୍ତରରେ ତଦାରଖ ପାଇଁ ନିର୍ଦେଶ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଓଡ଼ିଶା ଖଣିଜବହୁଳ ଅଞ୍ଚଳ ଉନ୍ନୟନ ନିଗମ ଅଧୀନରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି। ସେ ସଂପୃକ୍ତ ପ୍ରଶାସନିକ ବିଭାଗଗୁଡ଼ିକୁ ତୃତୀୟ ପକ୍ଷ ତଦାରଖ ଦ୍ୱାରା ପ୍ରକଳ୍ପଗୁଡ଼ିକର ଗୁଣାତ୍ମକତା ସୁନିଶ୍ଚିତ ସାଙ୍ଗକୁ ବିଭିନ୍ନ ବିଭାଗଗୁଡ଼ିକୁ ସ୍ୱାଧୀନ ବୈଷୟିକ ବିଶେଷଜ୍ଞମାନଙ୍କ ଦ୍ୱାରା ପରିଚାଳନା ଓ ଏହାର ତୃଣମୂଳସ୍ତରରେ ତଦାରଖ କରିବାକୁ ନିର୍ଦେଶ ଦେଇଛନ୍ତି। ସେ ମଧ୍ୟ ଶିକ୍ଷା ଓ ବୈଷୟିକ ପ୍ରତିଷ୍ଠାନଗୁଡ଼ିକର ଆଧୁନିକୀକରଣ ପାଇଁ ଆବଶ୍ୟକୀୟ ଉପକରଣ, ଶ୍ରେଣୀ କକ୍ଷ ସାମଗ୍ରୀ ଓ ସାଧାରଣ ପଦାର୍ଥ ମେକ୍‌ ଇନ୍‌ ଓଡ଼ିଶା ଅଭିଯାନ ଅଧୀନରେ ପ୍ରୋତ୍ସାହିତ ସ୍ଥାନୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକରୁ କ୍ରୟ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଂଜୟ କୁମାର ସିଂ କହିଥିଲେ ଯେ ସରକାରୀ ଆଇଟିଆଇ ଏବଂ ଇଂଜିନିୟରିଂ ସ୍କୁଲର ଆଧୁନିକୀକରଣ ସମେତ ଜନଜାତି ଯୁବକମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଓଡ଼ିଶା ଖଣିଜବହୁଳ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରେ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭିତରେ ଆନୁମାନିକ ୮.୮୦ କୋଟି ଟଙ୍କାରେ ୧୨୦୦ ଜନଜାତି ଯୁବକଙ୍କର ନିଯୁକ୍ତିସଂପୃକ୍ତ ତାଲିମ କାର୍ଯ୍ୟକ୍ରମ, ୮.୦୫ କୋଟି ଟଙ୍କାରେ ୪ଟି ଛାତ୍ରାବାସୀ ଓ ୨ଟି ଦକ୍ଷତା ବିକାଶ କେନ୍ଦ୍ରର ନିର୍ମାଣ ଏବଂ ୦.୯୭ କୋଟି ଟଙ୍କାରେ ଖଣିଜବହୁଳ ଅଞ୍ଚଳ ଉନ୍ନୟନ ନିଗମ ଅଧୀନସ୍ଥ ୪ଟି ଜିଲ୍ଲାରେ ପ୍ରାକ୍‌-ନିଯୁକ୍ତି ତାଲିମ ଶିବିର ଆୟୋଜନ ଅନ୍ତର୍ଭୁକ୍ତ। ବର୍ତ୍ତମାନ ସୁଦ୍ଧା ୨୪୩ ଜଣ ଯୁବକ ତାଲିମ ଶେଷ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ବିଭିନ୍ନ କ୍ଷେତ୍ରରେ ୧୩୨ ଜଣ ଯୁବକ ନିଯୁକ୍ତି ପାଇଛନ୍ତି।
ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଉମା ନାନ୍ଦୁରୀଙ୍କ ସମେତ ସଂପୃକ୍ତ ବିଭାଗଗୁଡ଼ିକର ବରିଷ୍ଠ ପଦାଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories