BJD Bijuli 480×75 Mob

ସୁବର୍ଣ୍ଣପୁରର ବୀରମହାରାଜପୁରକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫କୁ ବୃଦ୍ଧି

BJD Bijuli 480×75 Mob

ଭୁବନେଶ୍ବର : ସୁବର୍ଣ୍ଣପୁର ଜିଲାର ବୀରମହାରାଜାପୁରରେ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗତକାଲି ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟ ଘୋଷଣା କରିଥିଲେ। ବୀରମହାରାଜପୁର ଏଥିରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ରେ ପହଞ୍ଚିଲା। ବୀରମହାରାଜପୁର ସୁବର୍ଣ୍ଣପୁର ଜିଲାର ସବଡିଭିଜନ ମୁଖ୍ୟାଳୟ ଅଟେ।

ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ଶନିବାର ୩୪ଟି ଏନଏସି ଗଠନ କରାଯିବା ନେଇ ଘୋଷଣା କରାଯାଇଥିଲା ଏବଂ ଏଥିରେ ବୀରମହାରାଜପୁର ନାମକୁ ସାମିଲ କରାଯାଇଥିଲା। ଏହାକୁ ନେଇ ବୀରମହାରାଜପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସମସ୍ତ ଯୋଗ୍ୟତା ଥିବା ସତ୍ତ୍ବେ ରାଜ୍ୟ ସରକାର ବୀରମହାରାଜପୁରକୁ ଏନଏସି ଘୋଷଣା କରିନଥିବାରୁ ଆସନ୍ତାକାଲି ଅର୍ଥାତ ସୋମବାର ବନ୍ଦ ଡକରା ଦିଆଯାଇଥିଲା। ତେବେ ରାଜ୍ୟ ସରକାର ଆଜି ବୀରମହାରାଜପୁରକୁ ଏନଏସି ଘୋଷଣା କରିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି।

Comments are closed.