mission shakti banner

ଗୋଟିଏ କପ୍‌ ଚାହା ଦାମ ଶୁଣି ଡରିଗଲି : ପି ଚିଦମ୍ବରମ

BSKY banner  750×100
0

ଚେନ୍ନଇ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦମ୍ବରମ ଚେନ୍ନଇ ବିମାନ ବନ୍ଦିରରେ ଚା’ ଏବଂ କଫିର ଆକାଶଛୁଅାଁ ଦରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ ଏକ ଟ୍ୱିଟ୍‌ କରି ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ କଫି ଏବଂ ଚାହା ଦର ଶୁଣି ଡରିଗଲି ବୋଲି ଉଲ୍ଲେଖ କରିଛନ୍ତି । ଚିଦମ୍ବରମ ଲେଖିଛନ୍ତି ଯେ ଏଠି ଚାହା କପ ପିଛା ୧୩୫ ଟଙ୍କା ଏବଂ କଫି କଫି କପ୍‌ ପିଛା ୧୮୦ ଟଙ୍କା; ଏହି ଦର ଶୁଣି ଡ଼ରିଗଲି। ଚିଦମ୍ବରମଙ୍କ କହିବା ଅନୁସାରେ ଚେନ୍ନଇ ବିମାନ ବନ୍ଦରରେ ସେ ଏକ କପ୍‌ ଚାହା ମାଗିଥିଲେ । ତାଙ୍କୁ ଏକ କପ୍‌ରେ ଗରମ ପାଣି ଓ ଦୁଇଟି ଟି-ବ୍ୟାଗ୍‌ ଦିଆଯାଇଥିଲା, ଯାହାର ଦାମ ୧୩୫ ଟଙ୍କା କୁହାଯାଇଥିଲା । ଦର ଶୁଣିବା ପରେ ଚିଦମ୍ବରମ ଚାହା କିଣିବାକୁ ମନା କରିଦେଇଥିଲେ । ଏହା ପରେ ସେ ପ୍ରଶ୍ନ କରିଥିଲେ ଯେ ସେ ଠିକ୍‌ ନା ଭୁଲ । ଏହାପରେ ଆଉ ଏକ ଟ୍ୱିଟ୍‌ କରି ଚିଦମ୍ବରମ କଫିର ଦାମ ବିଷୟରେ ଉଲ୍ଳେଖ କରିଥିଲେ ।

Leave A Reply