www.samajalive.in
Monday, December 15, 2025
24.1 C
Bhubaneswar

ଛତିଆ-ରଘୁବେଡା ରାସ୍ତା ଶୋଚନୀୟ 

ପାଟଣା : ଘଟଗାଁ ବ୍ଲକ ସାନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ଛତିଆ ଗ୍ରାମ ରାସ୍ତା ଶୋଚନୀୟ ହୋଇପଡିଛି । ସେହି ରାସ୍ତା ରଘୁବେଡା ଗ୍ରାମକୁ ସଂଯୋଗ କରୁଥିବାବେଳେ ଅନ୍ୟପଟେ ସାନ୍ତରାପୁର ପଞ୍ଚାୟତକୁ ସଂଯୋଗ କରୁଛି। ଦୁର୍ଭାଗ୍ୟର ବିଷୟ ଏହି ରାସ୍ତା ନିର୍ମାଣ ହେବା ପାଇଁ ନିର୍ବାଚନ ପୂର୍ବରୁ ବିଧାୟକ ବଦ୍ରିନାରାୟଣ ପାତ୍ର ଶିଳାନ୍ୟାସ କରି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ କିନ୍ତୁ ଦୀର୍ଘ ଦିନ ହେଲା ପରେ ମଧ୍ୟ କାମ ଆରମ୍ଭ ହୋଇପାରିନାହିଁ। ଯାହା ଫଳରେ ଏହି ରାସ୍ତାରେ ଏବେ ଚାଲି କରି ଏବଂ ସାଇକେଲରେ ଯିବା ବି କଷ୍ଟକର ହୋଇପଡିଛି ।  ଏଣୁ ଯଥାଶୀଘ୍ର ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ ଏବଂ ବର୍ତ୍ତମାନ ମୋରମ ପକାଇ ଲୋକ ମାନଙ୍କ ଯିବା ଆସିବା ନିମନ୍ତେ ସୁବିଧା କରାଯାଉ ବୋଲି ଗ୍ରାମବାସୀ ଦାବି ରଖିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଘଷିପୁରା ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories